Tuesday, July 14, 2026
29 C
Odisha

    ଫେଲ ମାରିଛି ବସୁଧା ଯୋଜନା କାର୍ଯ୍ୟଶେଷ ପରେ ବି ମିଳିପାରୁନି ଟୋପାଏ ପାଣି

    ଆଗକୁ ପଢନ୍ତୁ

    ଫୁଲବାଣୀ: ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଲୋକେ ପାଣି ଟୋପାଏ ନ ପାଇ ପ୍ରକଳ୍ପ ଖତ ଖାଉଛି। ଠିକାଦାର ହେଉ କି ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଜନସାଧାରଣ ଯୋଜନାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ପଞ୍ଚାୟତର ଶାସିପଦର ଏବଂ ବରେବାଟା ଗାଁରେ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାର ଦ୍ୱାରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଫୁଲବାଣୀ ଅଧିନରେ ୨୦୨୦ ମସିହାରେ କାଶିନିପଦର ପଞ୍ଚାୟତ ବରେବାଟାଠାରେ ୫୯ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟରେ ବସୁଧା ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ବରେବାଟା ଓ ଶାଶିପଦର ୨ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି। ପ୍ରକଳ୍ପର ପାଣି ଟାଙ୍କି ନିର୍ମାଣ ଓ ବରେବାଟା ଗ୍ରାମର ପ୍ରତ୍ୟେକ ଘରକୁ ଜଳଯୋଗାଣ ପାଇଁ ପାଇପ୍ ଏବଂ ଟ୍ୟାପ୍ ସଂଯୋଗ ସମ୍ପୂର୍ଣ୍ଣ ହୋଇଛି। ଶାଶିପଦର ଗ୍ରାମର କିଛି ଘରକୁ ପାଇପ୍ ଏବଂ ଟ୍ୟାପ୍ ସଂଯୋଗ ହେଇଥିବାବେଳେ କିଛି ଘରକୁ କୌଣସି ପାଇପ କିମ୍ବା କୌଣସି ଟ୍ୟାପ ସଂଯୋଗ କରାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ୨ ଗ୍ରାମର ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ପରିବାରକୁ ଏ ପର୍ଯ୍ୟନ୍ତ ପାଣି ଟୋପାଏ ମିଳି ପାରିନାହିଁ। ଏ ସଂକ୍ରାନ୍ତରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଫୁଲବାଣୀ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦାୟିତ୍ୱରେ ଥିବା ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସମ୍ବାରୀୟା ବେହେରାଙ୍କୁ ଫୋନ କଲେ ମଧ୍ୟ କିଛି ଶୁଣୁ ନଥିବା କହିଛନ୍ତି ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁଁ ଆଜି ଦୁଇ ଗ୍ରାମବାସୀ ବସୁଧା ପ୍ରକଳ୍ପର ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି, ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମୂହ ଗ୍ରାମମାନଙ୍କରେ ସଂଯୋଗ ହୋଇନଥିବା ଘରମାନଙ୍କୁ ପାଇପ୍ ଲାଇନ୍ ସଂଯୋଗ କରି ଷ୍ଟାଣ୍ଡପୋଷ୍ଟ ତିଆରି କରିବା ସହିତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରସାଶନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାନୀୟ ଜଳ ଯୋଗାଇ ନ ଦିଅନ୍ତି ତେବେ ବାଧ୍ୟ ହୋଇ ଗ୍ରାମର ସୁନାସିର ଦିଗାଲ, ବିନୋଦ ଦିଗାଲ, ବିରୁପାକ୍ଷ କହଁର, କିନେଶ୍ୱର କହଁର, ରାଘବ ବିନ୍ଧାଣି, ସନ୍ତୋଷ ପ୍ରଧାନଙ୍କ ସହ ସମସ୍ତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ପାଣି ସମସ୍ୟା ରହିଛି, ଲୋକଙ୍କ ସହ ଆଲୋଚନା କରି କିଭଳି ପାଣି ପାଇପାରିବେ ତାର ସମାଧାନ ସହ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବାରିୟା ବେହେରାଙ୍କୁ ପଚାରିବାରୁ ତିଆରି ହୋଇଥିବା କୂଅରୁ ପାଣି ମିଳି ପାରୁନାହିଁ, ଅନ୍ୟ ଏକ ଜାଗାରେ ବୋରିଂ କରାଯାଇଛି ଓ ଖୁବ୍ କମ୍ ଦିନ ଭିତରେ ପାଣି ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    72 %
    1.9kmh
    100 %
    Tue
    29 °
    Wed
    29 °
    Thu
    32 °
    Fri
    26 °
    Sat
    25 °

    ସମ୍ବନ୍ଧିତ