Monday, April 13, 2026
36.6 C
Odisha

    ବାୟୁସେନା ଅଧିକାରୀଙ୍କୁ ଆକ୍ରମଣ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତି‌ଷ୍ଠାନ (ଡିଆର୍‌ଡିଓ)ରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣ ଘଟଣାର ଫଟୋ ଭାଇରାଲ୍‌ ହେବା ପରେ ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି। ଘଟଣାଟି ଏପ୍ରିଲ୍‌ ୧୮ ତାରିଖରେ ଘଟିଥିଲା। ବାୟୁସେନା ଅଧିକାରୀ ୱିଙ୍ଗ୍‌ କମାଣ୍ଡର ଆଦିତ୍ୟ ବୋଷ ନିଜ ପତ୍ନୀ ଓ ସନ୍ତାନଙ୍କ ସହ  ସିଭି ରମଣ ନଗରସ୍ଥିତି ଡିଆର୍‌ଡିଓ କଲୋନିରୁ ଏକ କାରରେ ଗୋପାଳନ ମଲ୍‌ ବସ୍‌ଷ୍ଟପ୍‌କୁ ଯାଉଥିଲେ। ସେଠାରୁ ସେ କୋଲକାତା ଯିବା ନିମନ୍ତେ ବେଙ୍ଗାଲୁରୁ ବିମାନବନ୍ଦରକୁ ଯିବା ବସ୍‌ରେ ଚଢ଼ିଥାନ୍ତେ। ଏହି ସମୟରେ ଏକ ଯୁବକ ପଛପଟୁ ମୋଟରସାଇକଲରେ ଆସି କାର୍‌ଟି ଅଟକାଇଥିଲେ।

    ପଥରରେ କାରର କାଚକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ବାୟୁସେନା ଅଧିକାରୀ ଓ ପତ୍ନୀ କାରରୁ ଓହ୍ଲାଇ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକଜଣକ କନ୍ନଡ଼ ଭାଷାରେ ଗାଳିଗୁଲଜ କରିବା ସହ ମୋଟରସାଇକଲ ଚାବି ଓ ପଥରରେ ବାୟୁସେନା ଅଧିକାରୀଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ବାୟୁସେନା ଅଧିକାରୀଙ୍କ ନାକ, ମୁଣ୍ଡ ଆଦିରେ ଗଭୀର ଆଘାତ ଲାଗିଥିଲା। ନିକଟରେ ଥିବା ଲୋକମାନେ ଆକ୍ରମଣକାରୀକୁ ଅଟକାଇବା ବଦଳରେ ଆକ୍ରମଣକାରୀ ସହ ମିଶି ସେନାଧିକାରୀଙ୍କୁ ଆକ୍ରମଣ କରିଥିଲେ। ଏପରିକି ଜଣେ ବ୍ୟକ୍ତି ଆସି ସେନାଧିକାରୀଙ୍କ ଅାଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଏହାପରେ ସେମାନେ ଥାନାକୁ ଯାଇଥିଲେ କିନ୍ତୁ ସେଠାରେ ମଧ୍ୟ ଆବଶ୍ୟକ ସହାୟତା ପାଇନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ