Sunday, March 15, 2026
22.3 C
Odisha

    ବେଙ୍ଗାଲୁରୁରେ ଲୁଚିଛପି ହିନ୍ଦୁ ନାଁରେ ରହୁଛନ୍ତି ପାକିସ୍ତାନ ମୁସଲମାନ!

    ଆଗକୁ ପଢନ୍ତୁ

    ବାଙ୍ଗାଲୋର ପୋଲିସ ଏକ ବଡ ଠକେଇର ଫର୍ଦ୍ଦାଫାଶ କରିଛି। ପାକିସ୍ତାନୀ ନାଗରିକମାନେ ହିନ୍ଦୁ ନାମରେ ବର୍ଷ ବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ ଏବଂ ନକଲି ପରିଚୟ ସହ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଭାରତୀୟ ଜୀବନଶୈଳୀ ଗ୍ରହଣ କରିଥିଲେ। ଏହି ସମସ୍ତ ଲୋକଙ୍କ ପ୍ରକୃତ ନାମ ଏବଂ ପରିଚୟ ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହା ସୁରକ୍ଷା ଏଜେନ୍ସି ପାଇଁ ଚିନ୍ତାର କାରଣ ପାଲଟିଛି।
    ପୋଲିସର ଅନୁସନ୍ଧାନ ବେଳେ ଶଙ୍କର ଶର୍ମାଙ୍କ ନାମରେ ରହୁଥିବା ବ୍ୟକ୍ତି ପ୍ରକୃତରେ ରସିଦ ଅଲି ସିଦ୍ଦିକି ହୋଇଥିବାବେଳେ ତାଙ୍କ ପତ୍ନୀ ଆଶା ଶର୍ମାଙ୍କ ପ୍ରକୃତ ନାମ ଆୟେଶା ଥିଲା, ଯେଉଁମାନେ ନିଜକୁ ରାମ ବାବୁ ଶର୍ମା ଏବଂ ରାନୀ ଶର୍ମା ବୋଲି ପରିଚୟ ଦେଇ ହିନ୍ଦୁ ସମ୍ପ୍ରଦାୟର ଅଂଶ ହୋଇଥିଲେ, ପ୍ରକୃତରେ ସେମାନେ ହନିଫ ଏବଂ ରୁବିନା । ସେହିଭଳି ସନ୍ନି ଚୌହାନ ଏବଂ ଦୀପାଲି ଚୌହାନ ଭାବରେ ରହୁଥିବା ଅନ୍ୟ ଦମ୍ପତି ମଧ୍ୟ ପାକିସ୍ତାନୀ ନାଗରିକ ତାରିକ ସଇଦ ଏବଂ ଅନୀଲା ସଇଦ ବୋଲି ଜଣାପଡିଛି।
    ଏହି ଘଟଣା ସମ୍ପର୍କରେ ସେତିକିବେଳେ ଜଣାପଡିଥିଲା ଯେତେବେଳେ ଚେନ୍ନାଇ ବିମାନବନ୍ଦରରେ ଥିବା ଇମିଗ୍ରେସନ ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା ଏବଂ ଅନୁସନ୍ଧାନ ସମୟରେ ସେମାନଙ୍କର ନକଲି ଦଲିଲଗୁଡ଼ିକ ସମ୍ପର୍କରେ ଜଣାପଡିଥିଲା। ଏହା ପରେ ବେଙ୍ଗାଲୁରୁରେ ଏହି ପାକିସ୍ତାନୀ ନାଗରିକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା ଏବଂ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରସିଦ ଅଲି ସିଦ୍ଦିକି ଓରଫ ଶଙ୍କର ଶର୍ମାଙ୍କୁ ଗିରଫ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    59 %
    1.9kmh
    0 %
    Sun
    38 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ