Thursday, March 5, 2026
35.6 C
Odisha

    ଭିକାରୀଙ୍କ ପାଇଁ ଭିଟାଇଦେଲେ ରୋଜଗାରର ବାଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ଆଜିିର ମଣିଷ ବ୍ୟସ୍ତବହୁଳ।ତେଣୁ ଲୋକେ କିପରି ନିଜ କର୍ମକ୍ଷେତ୍ରକୁ ଯିବେ ତାହାକୁ ନେଇ ବ୍ୟସ୍ତ ଥାଆନ୍ତି। ତେ‌ବେ ଦୁନିଆରେ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ବୃଦ୍ଧାଶ୍ରମ ଶିଶୁଆଶ୍ରମ, ଅନାଥ, ଭିକାରି ଓ ଗରିବଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଥାଆନ୍ତି।ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଫୁଟପାତରେ ଜଣେ ମହିଳା ଭିକାରି କାଖରେ ଶିଶୁକୁ ଧରି ଜଣେ ବ୍ୟକ୍ତିଙ୍କୁ ଟଙ୍କା ମାଗୁଛନ୍ତି। ଏହି ସମୟରେ ଭିକାରି ଜଣଙ୍କୁ ବ୍ୟକ୍ତି ଜଣକ ଟଙ୍କା ଦେବାକୁ ମନା କରି ଦେଇଥିଲେ। କିଛିସମୟରେ ସେ  ଗୁଡ଼ାଏ କଣ୍ଢେଇ ଆଣି ଫୁଟପାତରେ ରଖି ଭିକାରିଙ୍କୁ ଉକ୍ତ ସ୍ଥାନରେ ବସିବାକୁ କହୁଛନ୍ତି।ଆଉ ଉକ୍ତ କଣ୍ଢେଇ ଦେଖାଇ କହୁଛନ୍ତି, ‘ମା’ ଏଣିକି ତୁମେ କାହାକୁ ଭିକ ମାଗିବ ନାହିଁ। ଉକ୍ତ କଣ୍ଢେଇ ବିକ୍ରି କରି ଦୁଇପଇସା ରୋଜଗାର କରି ତୁମ ପରିବାର ପୋଷି ପାରିବ। ମୁଁ ଦେଇଥିବା କଣ୍ଢେଇ ସରିଗଲେ କିଛି ଟଙ୍କା ସଞ୍ଚୟ କରି କିଛିଟଙ୍କାରେ ପୁଣି କଣ୍ଢେଇ କିଣି ଆଣି ସେମିତି ବ୍ୟବସାୟ କରିବ।ସିନୁ ମଲିକ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ଦିନ ୨୧୦/୩୬୫ ଭିକାରିରୁ ଖେଳନା ବିକ୍ରେତା। ଭଗବାନ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ। ସେ ବିକ୍ରେତା ଭାବେ ଖୁବ ଆଗକୁ ଯାଆନ୍ତୁ ଓ ଭଲ ଦୁଇପଇସା ରୋଜଗାର କରନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ