Saturday, May 30, 2026
30.1 C
Odisha

    ଭୁଲରେ ବି ରୋଷେଇ ଘରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ୍ ଦେଖା ଦେବ ଆର୍ଥିକ ସଙ୍କଟ

    ଆଗକୁ ପଢନ୍ତୁ

    ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର । ଏହାକୁ ଲକ୍ଷ୍ମୀଙ୍କ ରନ୍ଧାଶାଳ ବୋଲି ମଧ୍ୟ କୁହାଯାଏ । ରୋଷେଇ ଘର ଯେତେ ପରିଷ୍କାର ରହିବ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରୋଷେଇ ଘର ସହିତ ଜଡିତ ଥିବା କିଛି ଜିନିଷ ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଏଥିପାଇଁ ଧର୍ମ, ପୁରାଣରୁ ନେଇ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ପର୍ଯ୍ୟନ୍ତ, ସବୁଠି ରୋଷେଇ ଘର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ରୋଷେଇ ଘରେ ବାସ୍ତୁ ଦୋଷ ଯୋଗୁ ନକାରାତ୍ମକ ଶକ୍ତି ବଢ଼ିଥାଏ ଏବଂ ଏହାର ଖରାପ ପ୍ରଭାବ ପୂରା ପରିବାରକୁ ଭୋଗିବାକୁ ପଡ଼ିଥାଏ। ଏମିତି ସ୍ଥିତିରୁ ବଞ୍ଚିବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଜିନିଷକୁ ରୋଷେଇ ଘରେ ରଖିବାକୁ ମନା କରାଯାଇଛି। ତେବେ ଆସନ୍ତୁ ସେହି ସବୁ ଜିନିଷଗୁଡିକ ସମ୍ପର୍କରେ ଜାଣିବା ।

    ଭଙ୍ଗା ବାସନ: ଭାଙ୍ଗି ଯାଇଥିବା କିମ୍ବା ଫାଟି ଯାଇଥିବା ବାସନକୁସନ ଆଦୌ ବ୍ୟବହାର କରନ୍ତୁ ନାହିଁ। ଏପରିକି ଏହାକୁ ରୋଷେଇ ଘରେ ମଧ୍ୟ ରଖନ୍ତୁ ନାହିଁ। ଏମିତି କରିବା ବର୍ବାଦୀକୁ ଡାକି ଆଣିବା ସହିତ ସମାନ ହୋଇଥାଏ । ଭଙ୍ଗା ବାସନଗୁଡିକ ଆର୍ଥିକ ସଙ୍କଟ ସୃଷ୍ଟି କରିଥାଏ ।

    ଔଷଧ: ଅନେକ ଲୋକ ରୋଷେଇ ଘରେ ଔଷଧ, ବ୍ୟାଣ୍ଡେଜ୍ କିମ୍ବା ଟ୍ୟୁବ୍ ଆଦି ଜିନିଷ ରଖି ଦେଇଥାଆନ୍ତି । ଯେପରି ଜଳିଗଲେ କି କଟିଗଲେ, ଏଗୁଡ଼ିକ ତୁରନ୍ତ କାମରେ ଆସି ପାରିବ। ସୁରକ୍ଷା ଦୃଷ୍ଟିରୁ ଘରେ ଫାର୍ଷ୍ଟ ଏଡ୍‌ କିଟ୍ ରଖିବା ନିହାତି ଜରୁରୀ । କିନ୍ତୁ ଏହାକୁ ରୋଷେଇ ଘରେ ରଖିବାର ଭୁଲ ଆଦୌ କରନ୍ତୁ ନାହିଁ। ବାସ୍ତୁ ମୁତାବକ, ରୋଷେଇ ଘରେ ଔଷଧ ରଖିବା ଦ୍ୱାରା ଘରର ମୁଖିଆ ସବୁବେଳେ ରୋଗାକ୍ରାନ୍ତ ରୁହନ୍ତି । ଏହି ସମୟରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ନ୍ତି।

    ଦର୍ପଣ: ଠିକ୍ ସ୍ଥାନରେ ଦର୍ପଣ ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ରୋଷେଇ ଘରେ ଦର୍ପଣର ବ୍ୟବହାର ଦ୍ୱାରା ଘର ଧ୍ୱଂସର କାରଣ ହୋଇପାରେ। ତେଣୁ ରୋଷେଇ ଘରେ କେବେ ବି ଦର୍ପଣ ରଖନ୍ତୁ ନାହିଁ। ଏହା ଘରେ ଝଗଡ଼ାକୁ ବଢ଼ାଇଥାଏ।

    ଅଇଁଠା ବାସନ: ଅବ୍ୟବହୃତ ଜିନିଷ ରୋଷେଇ ଘରେ ରହିଲେ ମା’ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇ ଯାଆନ୍ତି। ରୋଷେଇ ଘରେ ସବୁବେଳେ ଉପଯୋଗୀ ଏବଂ ଭଲ ଜିନିଷ ହିଁ ରଖିବା ଉଚିତ। ଏଥି ସହିତ ଏହାକୁ ସବୁବେଳେ ସଫାସୁତରା ରଖିବା ଦରକାର। ରୋଷେଇ ଘରେ ରାତି ସାରା ରଖା ଯାଇଥିବା ଅଇଁଠା ବାସନ ମା’ ଲକ୍ଷ୍ମୀଙ୍କୁ କ୍ରୋଧିତ କରି ଆର୍ଥିକ ସମସ୍ୟାର କାରଣ ହୋଇଥାଏ।

    ଅଟା ଚକଟା: ଅନେକ ଲୋକ ବଳକା ଅଟାକୁ ଫ୍ରିଜରେ ରଖି ତା’ ପରଦିନ ବ୍ୟବହାର କରି ଥାଆନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି। ଏପରିକି, ଚିକିତ୍ସା ବିଜ୍ଞାନରେ ମଧ୍ୟ ଏଥିରୁ କ୍ୟାନ୍ସର ହେବାର ଆଶଙ୍କା ରହୁଥିବା କଥା କୁହାଯାଇଛି। ରାତାସାରା ରଖା ଯାଇଥିବା ଚକଟା ଅଟା ଯୋଗୁ ଶନି ଏବଂ ରାହୁଙ୍କର ନକାରାତ୍ମକ ପ୍ରଭାବ ଲାଗି ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ