Saturday, May 30, 2026
30.1 C
Odisha

    ମନୋଜ ମିଶ୍ର ଓ ନିର୍ଦେଶକ ବବି ଇସଲାମ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି । ଡିସିପି ଅଫିସ ଆଗରେ ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଅଶ୍ରାବ୍ୟ ଭାଷାରେ କଳି କଲେ ୨ ଅଭିନେତା । ମାରିବା ପାଇଁ ଚିହିଁକି ଆସିଲେ ଅଭିନେତା । ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ଗତ କିଛି ଦିନ ଧରି ଏକ ଫିଲ୍ମର ଟାଇଟେଲକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟଙ୍କୁ ଡିସିପିଙ୍କ ଅଫିସକୁ ଡକାଯାଇଥିଲା। ମାତ୍ର ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷଙ୍କୁ ଏବେ କମିଶନରଙ୍କ କାର୍ଯ୍ୟାଳୟକୁ ଡାକି ବୈଠକ ଆରମ୍ଭ ହୋଇଛି। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ମିଳାମିଶା ନହେଲେ ଆଇନ ଅନୁଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବ ପୋଲିସ।
    ସୂଚନା ଅନୁସାରେ, ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ। ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା। ଆଜି ଡିସିପି ଅଫିସ ସାମ୍ନାରେ ବବି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କହିଛନ୍ତି ମନୋଜ ମିଶ୍ର। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା। ଆଜିର ଘଟଣା ପାଇଁ ମନୋଜ ମିଶ୍ର କ୍ଷମା ମାଗିଥିଲେ ମଧ୍ୟ ଏ ନେଇ ଆଉ ଏକ ମାମଲା ସହିଦନଗର ଥାନାରେ ହେବ ବୋଲି କହିଛନ୍ତି ବବି ଇସଲାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ