Monday, October 19, 2026
21.9 C
Odisha

    ବାଇକ୍ କୁ ଧକ୍କା ଦେଲା ଟ୍ରକ୍,୧ମୃତ,୧ ଗୁରୁତର

    ଆଗକୁ ପଢନ୍ତୁ

    ଅନୁଗୋଳ  :  ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ ଉପରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ଯାହା ଫଳରେ ଜଣେ ମୃତ, ଜଣେ ଗୁରୁତର। ମୃତ ଜଣଙ୍କ ହେଲେ ହେଲେ ତୁରଙ୍ଗ ଗ୍ରାମର ଦୁଖବନ୍ଧୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୭) ଏବଂ ଗୁରୁତର ଜଣଙ୍କ ହେଲେ ରାଜକିଶୋରପଡା ଅଞ୍ଚଳର କଷ୍ଟୁ ସାହୁଙ୍କ ପୁଅ ରଞ୍ଜନ ସାହୁ (୨୭) ।

    ସୂଚନା ଯେ, ଦୀପକ ଏବଂ ରଞ୍ଜନ କୌଣସି କାମରେ ବାଇକ୍ ଯୋଗେ ପାଲଲହଡ଼ା ଯାଉଥିବା ବେଳେ ସମଲ ସମାକୋଇ ବ୍ରିଜ ଉପରେ ପଛରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହା ଫଳରେ ଟ୍ରକଟି ବାଇକ୍ କୁ କିଛି ବାଟ ଘୋଷାଡ଼ି ନେଇ ଟ୍ରକ ପଳାଇ ଯାଇଥିଲା। ବାଇକ୍ କୁ ଟ୍ରକ୍ ଘୋଷାଡ଼ି ବା ବେଳେ ବାଇକ୍ ଟି ନିଆଁ ଲାଗୀ ଜଳି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୀପକଙ୍କର ମୃତ୍ୟୁ ଘଟିଥିବା ବେଳେ ରଞ୍ଜନ ଗୁରୁତର ହୋଇଯାଇଥିଲେ। ଖବରପାଇ ସମଲ ପୁଲିସ ପହଞ୍ଚି ମୃତଙ୍କୁ ଉଦ୍ଧାର କରି ତାଳଚେର ମେଡିକାଲରେ ଭର୍ତି କରିଥିବା ବେଳେ ଗୁରୁତର ଙ୍କ ଉଦ୍ଧାର କରି ଖମାର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ରଞ୍ଜନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ପଟେ ପୋଲିସ ଦୁର୍ଘଟଣାର ଅଧିକ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ