Tuesday, May 26, 2026
29.9 C
Odisha

    ମହାକୁମ୍ଭ: ବସନ୍ତ ପଞ୍ଚମୀରେ ଅମୃତ ସ୍ନାନ କଲେ ୨.୩୩ କୋଟି

    ଆଗକୁ ପଢନ୍ତୁ

    ପ୍ରୟାଗରାଜ : ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ସଂଧ୍ୟା ୬ଟା ସୁଦ୍ଧା ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି । ଏହାସହିତ ପ୍ରାୟ ୧୦ ଲକ୍ଷରୁ ଅଧିକ କଳ୍ପବାସୀ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି ।ଅମାବାସ୍ୟା ତିଥିରେ ହୋଇଥିବା ମର୍ମନ୍ତୁଦ ଦଳାଚକଟାରୁ ଶିକ୍ଷାନେଇ ଆଜିର ଅମୃତ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ଭିଆଇପି ସ୍ନାନକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା ।

    ବସନ୍ତ ପଞ୍ଚମୀର ଅମୃତ ସ୍ନାନ ଅବସରରେ ଏଡିଜି ପ୍ରୟାଗରାଜ ଭାନୁ ଭାସ୍କର କହିଛନ୍ତି, ବସନ୍ତ ପଞ୍ଚମୀ ସ୍ନାନକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ସୁରକ୍ଷା ବାହିନୀ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଥିଲା। ମୌନି ଅମାବାସ୍ୟାରେ ଅଭୂତପୂର୍ବ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ପରିଚାଳନା ମଧ୍ୟ ଅଭୂତପୂର୍ବ ଥିଲା। ଘଟିଥିବା ଏହି ଦୁର୍ଘଟଣା ଉତ୍ତରପ୍ରଦେଶ ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଦୁଃଖ ସୃଷ୍ଟି କରିଥିଲା। ଦୁର୍ଘଟଣାର କାରଣ ସମୀକ୍ଷା କରାଯାଇ ସମାଧାନର ପରାମର୍ଶ ଦିଆଯାଇଥିଲା। ଆମେ ସେହି ସମାଧାନଗୁଡ଼ିକୁ କାର୍ଯ୍ୟକାରୀ କରିଥିଲୁ ଏବଂ ବସନ୍ତ ପଞ୍ଚମୀ ସ୍ନାନ ସଫଳତାର ସହ ସମ୍ପନ୍ନ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    47 %
    1.6kmh
    50 %
    Mon
    30 °
    Tue
    45 °
    Wed
    45 °
    Thu
    46 °
    Fri
    45 °

    ସମ୍ବନ୍ଧିତ