Sunday, July 6, 2025
23.9 C
Odisha

    ମହାବୀରଙ୍କ ପାଇଁ ‘ମହାଥାଳି’: ଥାଳିରେ ରହିଛି ୫୬ ପ୍ରକାରର ପାରମ୍ପରିକ ଖାଦ୍ୟ

    ଆଗକୁ ପଢନ୍ତୁ

    ଭୋପାଳ: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଜବଲପୁର ପଞ୍ଚମଠ ମନ୍ଦିରରେ ଏକ ସ୍ବତନ୍ତ୍ର ଧରଣର ଥାଳି ପ୍ରସ୍ତୁତ କରାଯାଇଛି । ଯାହାକୁ ‘ମହାଥାଳି’ ବୋଲି କୁହାଯାଉଛି ଏବଂ ଯେଉଁଥିରେ ଦେଶର ବିଭିନ୍ନ ଅଞ୍ଚଳର ୫୬ ପ୍ରକାରର ପାରମ୍ପରିକ ଖାଦ୍ୟ ରହିଛି । ଖାଲି ସେତିକି ନୁହେଁ ୫ ହଜାର କେ.ଜିର ଲଡୁ ବି ପ୍ରସ୍ତୁତ ହୋଇଛି । ମନ୍ଦିରର ୨୫ ବର୍ଷ ପୂର୍ତ୍ତି ଅବସରରେ ଏଭଳି ନିଆରା ଆୟୋଜନ କରାଯାଇଛି । ଏହି ମହାଥାଳି ବିବିଧତା ମଧ୍ୟରେ ଏକତାକୁ ସୂଚାଉଛି । ଯେଉଁଥାଳିରେ କାଶ୍ମିରର ଡ୍ରାଏ ଫ୍ରୁଟସ, ଗୁଜୁରାଟର ଢୋକଲା, ବାରଣାସୀ ପାନ ଲସି ପରି ଭଳିକି ଭଳି ଖାଦ୍ୟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.9 ° C
    23.9 °
    23.9 °
    95 %
    2.2kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    24 °
    Wed
    24 °

    ସମ୍ବନ୍ଧିତ