Thursday, September 24, 2026
24.7 C
Odisha

    ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା ଘର

    ଆଗକୁ ପଢନ୍ତୁ

    ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କେ.ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ। ଗୁରୁବାର ଅପରାହ୍ନ ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିଲା। ଫଳରେ ସମୁଦ୍ର ନିକଟରେ ଥିବା ଏକ କୋଠଘର ସମ୍ପୁର୍ଣ୍ଣ ଭାବେ ଭୁଶୁଡି ପଡି ପାଣିରେ ଭାସିଯାଇଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ଥିବା ଉକ୍ତ କୋଠାଘରଟି ମତ୍ସଜୀବିମାନଙ୍କ ବସା ଉଠାର ଆଶ୍ରୟସ୍ଥଳୀ ରହିଥିବାବେଳେ ଆଜି ତାହା ଭାସିଯିବା ଫଳରେ ମତ୍ସଜୀବିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଗାମୀ ଦିନରେ ଗ୍ରାମରେ ସମୁଦ୍ର କୂଳରେ ଥିବା ବହୁ ଘର ମଧ୍ୟ ସମୁଦ୍ରରେ ଭାସିଯିବାର ସମ୍ଭାବନା ରହିଥିବାରୁ ସ୍ଥାନୀୟ ମତ୍ସଜୀବିମାନେ ଚିନ୍ତାରେ ପଡିଛନ୍ତି। ଏଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ମତ୍ସଜୀବି ଓ ଗ୍ରାମବାସୀମାନେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ