Wednesday, March 11, 2026
21.6 C
Odisha

    ମୁଖ୍ୟମନ୍ତ୍ରୀ, ନିଜ ନିଷ୍ପତ୍ତିରେ କାୟମ ରହୁନାହାନ୍ତି: ବିଜେଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି। ଚାପଗ୍ରସ୍ତ ଅଛନ୍ତି। ନିଜ ଦଳୀୟ ନେତାଙ୍କ ଚାପରେ ଚାପଗ୍ରସ୍ତ ହୋଇପଡିଛନ୍ତି ମୋହନ ମାଝୀ। ମୋହନ ମାଝୀଙ୍କୁ ୟୁ-ଟର୍ଣ୍ଣ ମୁଖ୍ୟମନ୍ତ୍ରୀ ବୋଲି ବିଜେଡି କହିଛି। ସେ ଯାହା କହୁଛନ୍ତି ତାହାର ୟୁ-ଟର୍ଣ୍ଣ ନେଉଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବପର ନୁହେଁ ବୋଲି ବିଧାନସଭାରେ କହିଲେ। ପରବର୍ତ୍ତୀ ସମୟରେ ଦଳୀୟ ବିଧାୟକ ଜୟ ନାରାୟଣ ମିଶ୍ର ହାଇକୋର୍ଟ ବେଞ୍ଚ ନେଇ ଦାବି କଲେ। ତା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସମ୍ପର୍କରେ ତର୍ଜମା କରୁଥିବା କହିଲେ। ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା। ଜଣେ ବିଧାୟକଙ୍କ ପାଖରେ ନତମସ୍ତକ ହେଉଛନ୍ତି ମୁଖ୍ୟମନ୍ତ୍ରୀ।
    ଅଗଷ୍ଟ ୨୦୨୪ ରେ ରାଜ୍ୟସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏକ ଅଣତାରକା ପ୍ରଶ୍ନ ନମ୍ବର ୨୦୩୧ ପଚରା ଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ପଦକ୍ଷେପ କ’ଣ ନିଆଯାଇଛି ବୋଲି ପ୍ରଶ୍ନ ଥିଲା। ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଲେ ରାଜ୍ୟ ସରକାରଙ୍କ ମତ ଏବେ ଯାଏ ହସ୍ତଗତ ହୋଇନାହିଁ। ଏହି ମତ ଅପେକ୍ଷାରେ ଅଛୁ ବୋଲି କହିଲେ। କିନ୍ତୁ ଏ ସମ୍ପର୍କରେ ଏବେ ଯାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ। ୩ ମାସ ହେଲାଣି ରାଜ୍ୟର ମତ ଯାଇ ନାହିଁ। କେବେ ଚିଠି ଲେଖି ଜଣାଇବେ ଆମେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଉ ବୋଲି ବିଜେଡି ପ୍ରଶ୍ନ କରିଛି। ସେ ସତରେ ଚାହୁଁଛନ୍ତି ବେଞ୍ଚ ହେଉ ନା ବିଧାୟକଙ୍କ ଚାପରେ ଚାପଗ୍ରସ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    65 %
    1.2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ