Monday, May 25, 2026
28.8 C
Odisha

    ରାଜ୍ୟପାଳଙ୍କୁ ଭେଟିଲେ ପୋଲିସ କମିଶନର, ରାଜଭବନରେ IRS ଅଫିସରଙ୍କ ସହ ଉପୁଜିଥିବା ବିବାଦ ମାମଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ଭେଟିଲେ ପୋଲିସ କମିଶନର । ଆଜି ପୋଲିସ କମିଶନର ଶ୍ରୀ ଏସ୍. ଦେବ ଦତ୍ତ ସିଂ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ଲୋକ ଭବନ ଠାରେ ସାକ୍ଷାତ କରିଛନ୍ତି । ରାଜଭବନରେ ଦୁଇ IRS ଅଫିସରଙ୍କ ସହ ଉପୁଜିଥିବା ବିବାଦ ପରେ ଆଜି ବୈଠକ ହୋଇଛି । ଏହି ସାକ୍ଷାତକାର ସମୟରେ ରାଜ୍ୟପାଳଙ୍କ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରୋଟୋକଲ୍ ଉପରେ ଆଲୋଚନା କରାଯାଇଥିଲା ।

    ଏହା ସହିତ ଏହି ବ୍ୟବସ୍ଥାର ସମୀକ୍ଷା କରି ଏହାକୁ ଆହୁରି ଉନ୍ନତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ଲୋକ ଭବନ ପରିସରର ସୁରକ୍ଷା ତଥା ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ଆବଶ୍ୟକୀୟ ପୋଲିସ କର୍ମଚାରୀଙ୍କ ନିୟୋଜନ ସମ୍ପର୍କରେ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ୧୬ ଏପ୍ରିଲରେ ଆୟକର ବିଭାଗର ମୁଖ୍ୟ କମିଶନରଙ୍କ ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଲୋକ ଭବନରେ ଏକ ଅଭାବନୀୟ ଘଟଣା ଘଟିଥିଲା।

    ଏହାକୁ ନେଇ ବିବାଦ ଦେଖାଦେବା ପରେ ପୋଲିସ କମିଶନର ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଗୁରୁବାର ଦିନ ଓଡ଼ିଶାର ଆୟକର ମୁଖ୍ୟ କମିଶନର ଡକ୍ଟର ଡି. ସୁଧାକର ରାଓ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ। ସେ ସମୟରେ ତାଙ୍କ ସହ ଦୁଇ ଜଣ ବରିଷ୍ଠ IRS ଅଧିକାରୀ ମଧ୍ୟ ଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସେମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିଥିଲେ।

    ତଥାପି, ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଏବଂ ଏଡିସି ସେମାନଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ଅଧିକାରୀଙ୍କୁ ସୂଚନା ଦେବା ସତ୍ତ୍ୱେ, ଏଡିସି (ପୋଲିସ)ଙ୍କ ନିର୍ଦ୍ଦେଶରେ ସେହି ଦୁଇ ଜଣ ବରିଷ୍ଠ IRS ଅଧିକାରୀଙ୍କୁ ଜୋରଜବରଦସ୍ତି ପୋଲିସ ଗାଡ଼ିରେ ବସାଇ କ୍ୟାପିଟାଲ୍ ଥାନାକୁ ନିଆଯାଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟ କମିଶନର ଡକ୍ଟର ରାଓ ରାଜ୍ୟପାଳଙ୍କ ସଚିବଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି। ଏଥିରେ ସେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଏବଂ ଏଡିସିଙ୍କ ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    67 %
    2.8kmh
    28 %
    Mon
    29 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ