Sunday, May 31, 2026
36.9 C
Odisha

    ରାସନ କାର୍ଡ ଫେରାଇଲେଣି ୨୨ରୁ ଊର୍ଦ୍ଧ୍ବ ଚାକିରିଆ

    ଆଗକୁ ପଢନ୍ତୁ

    କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୂଦାୟ ୧, ୭୪, ୪୯୩ କାର୍ଡଧାରୀ ସାମିଲ ଅଛନ୍ତି। ମୋଟ୍‌ ୬, ୩୬, ୨୩୮ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି। ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୧୮୭୫ କାର୍ଡଧାରୀ ଥିବାବେଳେ ଏଥିରେ ୬୬୨୮ ହିତାଧିକାରୀ ସାମିଲ ଅଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଏଚଆରଏମଏସ ତଥ୍ୟ ଆଧାରରେ ଏମାନଙ୍କ ମଧ୍ୟରେ ସମୂଦାୟ ୧୭୭୭ ଚାକିରିଆ ଥିବା ଜଣାପଡ଼ିଛି। ସେହିଭଳି ହିତାଧିକାରୀଙ୍କ ମଧ୍ୟରେ ୭୬୩ ଜଣ ଆୟକରଦାତା ଥିବା ମଧ୍ୟ ଜଣାପଡ଼ିଛି। ଏମାନଙ୍କ କାର୍ଡ ବାତିଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦୯ ଜଣ ଚାକିରିଆ ଓ ୪୬ ଜଣ ଆୟକରଦାତାଙ୍କ କାର୍ଡ ବାତିଲ ହୋଇସାରିଛି। ଅନ୍ୟମାନଙ୍କ ପ୍ରକୃତ ସ୍ଥିତି ନେଇ ଅନୁଧ୍ୟାନ ଚାଲିଥିବା ଏବଂ ଅଯୋଗ୍ୟତା ପ୍ରମାଣିତ ହେଲେ ସେମାନଙ୍କ କାର୍ଡ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର।ରାଇକିଆ ବ୍ଲକ ଅଞ୍ଚଳରେ ଏହି ଯୋଜନାରେ ଅନେକ ସରକାରୀ କର୍ମଚାରୀ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି। ଅପରପକ୍ଷରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ଏବେ ଇ-କେୱାଇସି ଅପଡେଟ ଆରମ୍ଭ ହେବାପରେ କାର୍ଡ ହାତେଇଥିବା ୨୨ରୁ ଊର୍ଦ୍ଧ୍ବ ସରକାରୀ ଚାକିରିଆ ଇତି ମଧ୍ୟରେ କାର୍ଡ ଫେରାଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ କେବଳ ଅଧିକ ଦରମା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ଫେରସ୍ତ ରଖାଯାଇଛି। ଯୋଗ୍ୟ ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇପାରିବେ ବୋଲି କହିଛନ୍ତି। ଜିଲ୍ଲାର ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ ହେଲେ ପ୍ରାୟ ୭ ହଜାର ହିତାଧିକାରୀ ଯୋଜନାରୁ ବାଦ ପଡ଼ିବେ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    33 %
    3kmh
    20 %
    Sun
    36 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ