Tuesday, September 22, 2026
23.3 C
Odisha

    ରେଡ୍‌ ଓ୍ଵାଇନ୍‌ ଶରୀର ପାଇଁ କେତେ ଲାଭକାରୀ?

    ଆଗକୁ ପଢନ୍ତୁ

    ମଦକୁ ନେଇ ସାରା ବିଶ୍ୱ ଚିନ୍ତିତ। ପ୍ରତିବର୍ଷ ମଦ ପିଇବା କାରଣରୁ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ତଥାପି ଲୋକେ ଚେତୁନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ରେଡ୍‌ ଓ୍ଵାଇନ୍‌କୁ ନେଇ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟିଛି। ବର୍ତ୍ତମାନ ଲୋକମାନେ ରେଡ୍‌ ଓ୍ଵାଇନ୍‌କୁ ଔଷଧ ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହୃଦ୍‌ରୋଗ ଓ ଲମ୍ବା ଆୟୁଷ ପାଇଁ ଲୋକେ ରେଡ୍‌ ଓ୍ଵାଇନ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ସତରେ କ’ଣ ଓ୍ଵାଇନ୍‌ ଶରୀର ପାଇଁ ଲାଭକାରୀ? ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ… ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ସପ୍ତାହରେ ଗୋଟିଏ ବୋତଲ ଓ୍ଵାଇନ୍‌ ପିଇବା ଦ୍ୱାରା କ୍ୟାନସରର ଆଶଙ୍କା ବୃଦ୍ଧି ପାଇଥାଏ। ୫ଟି ସିଗାରେଟ୍‌ ପିଇବା ସହ ଏହା ସମାନ।

    ୧୯୭୦ ମସିହାରେ ହୋଇଥିବା ଏକ ରିସର୍ଚ୍ଚରେ ଓ୍ଵାଇନ୍‌ ହୃଦ୍‌ରୋଗୀଙ୍କ ପାଇଁ ଔଷଧ ଭଳି କାମ ଦେଇଥାଏ ବୋଲି କୁହାଯାଇଥିଲା। ଏହି ରିସର୍ଚ୍ଚ ଫ୍ରାନ୍ସର ବାସିନ୍ଦାଙ୍କୁ ନେଇ କରାଯାଇଥିଲା। ମାତ୍ର ଫ୍ରାନ୍ସ ବାସିନ୍ଦା ଅନ୍ୟମାନଙ୍କ ଅପେକ୍ଷା ଅଧିକ ସାଚ୍ୟୁରେଟେଡ୍‌ ଖାଦ୍ୟ ମଧ୍ୟ ଖାଇଥାନ୍ତି। ଯାହା ଦ୍ୱାରା ସେମାନଙ୍କୁ ହୃଦରୋଗ ହୋଇନଥାଏ ବୋଲି କିଛି ବୈଜ୍ଞାନିକ ଦାବି କରିଥିଲେ। କିନ୍ତୁ ଏହାକୁ ଓ୍ଵାଇନ୍‌ ସହ ଯୋଡ଼ିଦିଆଯାଇଥିଲା। ମାତ୍ର ପରେ ହୋଇଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ ହୃଦରୋଗ ସହ ଓ୍ଵାଇନ୍‌ର କୌଣସି ସମ୍ପର୍କ ନାହିଁ।

    ରେଡ୍‌ ଓ୍ଵାଇନ୍‌ରେ ପଲିଫିନୋଲ ନାମକ କେମିକାଲ ରହିଥାଏ। ଏହି କେମିକାଲ ଶରୀରର ଜ୍ୱଳନ ଦୂର କରିବାରେ ସାହାଯ୍ୟ କରିଥାଏ। ରେଡ୍‌ ଓ୍ଵାଇନ୍‌ରେ ପଲିଫିନୋଲର ମାତ୍ରା ହ୍ଵାଇଟ୍‌ ଓ୍ଵାଇନ୍‌ ତୁଳନାରେ ୧୦ ଗୁଣ ଅଧିକ ରହିଥାଏ। ଇଟାଲୀର ଜଣେ ବୈଜ୍ଞାନିକଙ୍କ କହିବାନୁସାରେ ନିୟମିତ କିଛି କିଛି ଓ୍ଵାଇନ୍‌ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସ୍ୱାସ୍ଥ୍ୟବର୍ଦ୍ଧକ ଭାବେ ମଧ୍ୟ ରେଡ୍‌ ଓ୍ଵାଇନ୍‌କୁ ବ୍ୟବହାର କରାଯାଏ। ତେବେ ଅନ୍ୟ ମଦ ଅପେକ୍ଷା ଓ୍ଵାଇନ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ ମଦ ହିଁ ଦେହ ପାଇଁ ଖରାପ। ଶରୀରରେ ଆଲକୋହଲର ମାତ୍ରା ବୃଦ୍ଧି ପାଇଲେ ବିଭିନ୍ନ ରୋଗ ହେବା ସମ୍ଭାବନା ରହିଛି। ସପ୍ତାହରେ ୧୪ ୟୁନିଟ୍‌ରୁ ଅଧିକ ମଦ ପିଇବା କ୍ଷତିକାରକ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    1.2kmh
    100 %
    Tue
    27 °
    Wed
    27 °
    Thu
    24 °
    Fri
    28 °
    Sat
    25 °

    ସମ୍ବନ୍ଧିତ