Monday, October 5, 2026
22.4 C
Odisha

    ସନ୍ନି ଲିଓନିଙ୍କ ନାଁରେ ଭତ୍ତା: ଛତିଶଗଡ଼ର ବିଜେପି ସରକାରରେ ପ୍ରତି ମାସରେ ପାଉଛନ୍ତି ହଜାରେ ଟଙ୍କା ସହାୟତା

    ଆଗକୁ ପଢନ୍ତୁ

    ମାସିକ ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନି ଲିଓନି । ଶୁଣିକି ଆଶ୍ଚର୍ୟ୍ୟ ଲଗୁଥିଲେ ବି ଏହା ସତ । ଏଭଳି ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି ଛତିଶଗଡ଼ରୁ । ଛତିଶଗଡ଼ ସରକାରଙ୍କ ମାସିକ ଭତ୍ତା ଯୋଜନାରୁ ଏଭଳି ଲାଭ ପାଉଛନ୍ତି ସନି ଲିଓନି । ତେବେ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି । ତେବେ ଟଙ୍କା ଅଭିନେତ୍ରୀଙ୍କ ଖାତାକୁ ଯାଉନଥିବା ସ୍ପଷ୍ଟ ହୋଇଛି । ଛତିଶଗଡ଼ର ବସ୍ତର ଜିଲ୍ଲାର ତାଲୁର ଗାଁରେ ଅଭିନେତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇ ଭତ୍ତା ନିଆଯାଉଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ବୀରେନ୍ଦ୍ର ଜୋଶୀ ନାମକ ଜଣେ ବ୍ୟକ୍ତି ଅଭିନେତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଏଭଳି ଜାଲିଆତି କରିଛନ୍ତି । ଜିଲ୍ଲା ପ୍ରଶାସନ ଦ୍ବାରା ବିଭିନ୍ନ ଯୋଜନା ନେଇ ଅଡିଟ ବେଳେ ଏହି ଜାଲିଆତି ସାମ୍ନାକୁ ଆସିଥିଲା ।
    ଭତ୍ତା ପାଉଛନ୍ତି ସନି ଲିଓନି
    ବଲିଉଡ୍ ଅଭିନେତ୍ରୀ ପାଉଛନ୍ତି ମାସିକ ଭତ୍ତା
    ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ
    ଭତ୍ତା ରାଶି ଅଭିନେତ୍ରୀ ସନି ଲିଓନିଙ୍କ ନାଁ ଉଠାଯାଉଛି
    ଛତିଶଗଡ଼ ସରକାରଙ୍କ ‘ମାହତାରୀ ବନ୍ଦନ ଯୋଜନା’ରେ ଭତ୍ତା
    ଅଭିନେତ୍ରୀଙ୍କ ନାଁ ବ୍ୟବହାର କରି ମାସକୁ ଉଠାଯାଉଛି ୧,୦୦୦ ଟଙ୍କା
    ୨୦୨୪ରୁ ଆରମ୍ଭ ହୋଇଛି ‘ମାହତାରୀ ବନ୍ଦନ ଯୋଜନା’
    ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ଦିଆଯାଉଛି ମାସିକ ୧,୦୦୦ ଟଙ୍କା
    ଭତ୍ତା ରାଶି ନେବା ପାଇଁ ରାଜ୍ୟର ଅନେକ ମହିଳା ଆବେଦନ କରିଥିଲେ
    ଆବେଦକଙ୍କ ମଧ୍ୟରେ ଅଭିନେତ୍ରୀ ସନି ଲିଓନିଙ୍କ ନାଁ ମଧ୍ୟ ରହିଥିଲା
    ସନି ଲିଓନିଙ୍କ ନାଁ ଥିବା ଆବେଦକଙ୍କୁ ମିଳୁଥିଲା ମାସିକ ଭତ୍ତା
    ମାସକୁ ମାସ ୧,୦୦୦ ଟଙ୍କା ଟ୍ରାନ୍ସଫର୍ ହେଉଥିଲା ସନିଙ୍କ ଆକାଉଣ୍ଟକୁ
    ଛତିଶଗଡ଼ର ବସ୍ତର ଜିଲ୍ଲାରେ ଯୋଜନା ଅଡିଟ୍ ବେଳେ ଧରାପଡିଲା ସତ
    ସରକାରୀ ଯୋଜନାରେ ଜାଲିଆତି କରି ଚାଲିଥିଲା ଟଙ୍କା ହଡପ
    ବଲିଉଡ୍ କଳାକାରଙ୍କ ନାଁରେ ଆକାଉଣ୍ଟ ଖୋଲି ଚାଲିଥିଲା ଭତ୍ତା ଲୁଟ୍
    ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବସ୍ତର ଜିଲ୍ଲାପାଳ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ