Saturday, May 30, 2026
40.9 C
Odisha

    ସେବାୟତଙ୍କ ବିବାଦରୁ ନୀତି ୬ ଘଣ୍ଟା ବିଳମ୍ବ: ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା ଦର୍ଶନ, କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତଙ୍କ ଦାବି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ କୌଣସି ସମସ୍ୟା ହେବ ନାହିଁ। ସେବାୟତଙ୍କ ଭିତରେ ଯଦି କୌଣସି ବିବାଦ ଉପୁଜେ,  ସେଥିପାଇଁ ପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ନୀତିରେ ବିଶୃଙ୍ଖଳା ଦେଖାଯାଏ ତେବେ ସଂପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇନ ମନ୍ତ୍ରୀଙ୍କ ଏହି ତାଗିଦକୁ ଖାତିର କଲେନି ସେବାୟତ। କିଛି ଦିନ ନଯାଉଣୁ ପୁଣି ସେବାୟତଙ୍କ ବିବାଦରୁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଶୃଙ୍ଖଳା ଦେଖାଦେଇଛି। ଦେବଦମ୍ପତିଙ୍କ ବିବାହ ଭଳି ବଡ଼ ଉତ୍ସବ‌ ଦିନରେ ନୀତି ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି। ଦୁଃଖର କଥା, ସକାଳୁ ଓଲାଗି ପରେ ମଙ୍ଗଳଅଳତି ଓ ଅବକାଶ ନୀତି ନହୋଇ ସାହାଣମେଲା ଦର୍ଶନ କରାଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୀତିରେ ବିଭ୍ରାଟ ସୃଷ୍ଟି କରିଥିବା ‌ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ ସମାଜ। ୩୦ ତାରିଖ ରାତିରେ ଦେବଦମ୍ପତିଙ୍କ ବିବାହ କେଦାରଗୌରୀ ମନ୍ଦିରରେ ଜାକଜକମରେ ଅନୁଷ୍ଠିତ ‌ହୋଇଥିଲା।ଆଜି ସକାଳୁ ବଡ଼ୁ ସେବାୟତ ରାଜଦେଉଳରେ ପ୍ରଭୁ ଲିଙ୍ଗରାଜଙ୍କ ଓଲାଗି କରିବା ପରେ ପୂଜାପଣ୍ଡା ମଙ୍ଗଳଆଳତି ଓ ଅବକାଶ ନୀତି କରିଥା’ନ୍ତେ। ଏହାପରେ  ସାହାଣମେଲା ଦର୍ଶନ ହୋଇଥାଏ। କିନ୍ତୁ ଚର୍ଚ୍ଚେଇତ ପହଞ୍ଚିବା ପୂର୍ବରୁ ବଡ଼ୁ ସେବାୟତ ଠାକୁରଙ୍କ ସାହାଣମେଲା କରିଦେଇଥିଲେ। ଫଳରେ ମଙ୍ଗଳଆଳତି କିମ୍ବା ଅବକାଶ ନୀତି ହୋଇ ପାରିନଥିଲା। ରାଜଦେଉଳରେ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳଆଳତି ପରେ କେଦାରଗୌରୀ ମନ୍ଦିରରେ ଚଳନ୍ତି ପ୍ରତିମାଙ୍କ ମଙ୍ଗଳଆଳତି ହେବା କଥା। ହେଲେ ଲିଙ୍ଗରାଜଙ୍କ ନିକଟରେ ମଙ୍ଗଳଆଳତି ନହେବାରୁ କେଦାରଗୌରୀରେ ମଧ୍ୟ ଦେବଦମ୍ପତିଙ୍କ ମଙ୍ଗଳଆଳତି ହୋଇପାରି ନଥିଲା। କେଦାରଗୌରୀ ମନ୍ଦିରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଥିଲା।  ବିନା ମଙ୍ଗଳଆଳତିରେ ସାହାଣମେଲା ଦର୍ଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମଙ୍ଗଳଆଳତି ନକରି ସିଧା ବଡୁ ସେବାୟତଙ୍କ ଦ୍ବାରା ସାହାଣମେଲା ଦର୍ଶନ କରାଯିବାରୁ ପୂଜାପଣ୍ଡା ସେବାୟତ ବିରୋଧ କରିଥିଲେ। ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ସମ୍ପୃକ୍ତ ବଡ଼ୁ ସେବାୟତ ମୁକ୍ତକାନ୍ତ ବଡ଼ୁଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ତେବେ ସକାଳ ସାଢ଼େ ୬ଟାରେ ପରିବର୍ତ୍ତେ ଦିନ ୧୨ଟା ୪୦ରେ ମଙ୍ଗଳଆଳତି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.9 ° C
    40.9 °
    40.9 °
    24 %
    3.3kmh
    24 %
    Sat
    36 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ