Monday, April 20, 2026
39.1 C
Odisha

    ସେମିଫାଇନାଲରେ ଭିନେଶ ଫୋଗଟ

    ଆଗକୁ ପଢନ୍ତୁ

    ପ୍ରି-କ୍ୱାର୍ଟରରେ ବିଶ୍ୱ ଚାମ୍ପିୟନଙ୍କୁ ହରାଇବା ପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଫୋଗଟ। କ୍ଵାଟର ଫାଇନାଲରେ ସେ ୟୁକ୍ରେନର ଓକସାନା ଲିଭଚାଙ୍କୁ ୭-୫ରେ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି। ଏବେ ଭିନେଶ ୯ ଟା ୪୫ ମିନିଟ ସମୟରେ ସେମିଫାଇନାଲ ମ୍ୟାଚ୍ ଖେଳିବେ। ଏହାପୂର୍ବରୁ ପ୍ରି-କ୍ୱାର୍ଟର ଫାଇନାଲରେ ଷ୍ଟାର ଇଣ୍ଡିଆନ୍ ରେସଲର ଭିନେଶ ଫୋଗାଟଙ୍କ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ୟୁୟୁ ସୁସାକିଙ୍କୁ3-2 ରେ ପରାସ୍ତ କରି ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏହି ପରାଜୟ ପୂର୍ବରୁ ସୁସାକି ତାଙ୍କର ଲମ୍ବା ଅନ୍ତର୍ଜାତୀୟ ଖେଳ ଜୀବନରେ ଗୋଟିଏ ହେଲେ ମ୍ୟାଚ୍ ହାରି ନ ଥିଲେ। କୁହାଯାଉଥିଲା କି ପ୍ରଥମ ରାଉଣ୍ଡ ପାର କରିବା ଭିନେଶଙ୍କ ପାଇଁ କଷ୍ଟକର ହେବ, କାରଣ ତାଙ୍କର ଏହି ମୁକାବିଲା ଏପରି ଖେଳାଳିଙ୍କ ସହିତ ଥିଲା ଯିଏ ଟୋକିଓ ଅଲମ୍ପିକ୍ସରେ ବିନା କୌଣସି ପଏଣ୍ଟ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଭିନେଶ ଫୋଗଟ୍ ଦୃଢ ଆତ୍ମା ବିଶ୍ୱାସ ସହିତ ପ୍ରଦର୍ଶନ କରି ପୁରା ମ୍ୟାଚ୍ ମୋଡ ବଦଳାଇ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    19 %
    4.4kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ