Tuesday, April 14, 2026
40.9 C
Odisha

    ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ମାଡି ଆସିଲା ପୁଣି ବଡ଼ ବିପଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିରାଟ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପଡୋଶୀ ବାଂଲାଦେଶ ଏବେ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏଭଳି ଅସ୍ଥିରତାର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ, ସାଧାରଣ ଲୋକଙ୍କ ପ୍ରତିବାଦରେ ହସିନା ବାଂଲାଦେଶ ଛାଡିଲେ ସିନା ମାତ୍ର ରାକ୍ଷସୀ ମହଙ୍ଗା ମାଡ ଦେଶବାସୀଙ୍କୁ ଅସ୍ଥିର କରି ପକାଇଛି। ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ଥିବା ଲୋକମାନେ ୧୨ବର୍ଷ ମଧ୍ୟରେ ଏପରି ଖରାପ ଅବସ୍ଥା ଦେଖି ନ ଥିଲେ, ଯାହା ବର୍ତ୍ତମାନ ହୋଇଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ଆସିଥିବା ଏହି ମହଙ୍ଗାମାଡ ଉଭୟ ସରକାର ଏବଂ ସାଧାରଣ ଲୋକଙ୍କୁ ଭୟଭୀତ କରିଛି। ଜୁଲାଇରେ ବାଂଲାଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୧.୬୬ ପ୍ରତିଶତ ଥିଲା, ଯାହାକି ୧୨ ବର୍ଷ ମଧ୍ୟରେ ସର୍ବାଧିକ। ସ୍ଥାନୀୟ ଖବରକାଗଜ ଦ୍ୱାରା ପ୍ରକାଶିତ ତଥ୍ୟକୁ ଦର୍ଶାଇ କହିଛି ଯେ ଖାଦ୍ୟ ସାମଗ୍ରୀର ଅହେତୁକ ବୃଦ୍ଧି ହେତୁ ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିରୋଧ ପ୍ରଦର୍ଶନ ଓ କର୍ଫ୍ୟୁ ଯୋଗୁଁ ବାଂଲାଦେଶ ୧ ଲକ୍ଷ କୋଟିରୁ ଅଧିକ କ୍ଷତି ସହିଛି। ସମଗ୍ର ବିଶ୍ୱରେ ବୟନ ଶିଳ୍ପ ପାଇଁ ପ୍ରସିଦ୍ଧ ବାଂଲାଦେଶ ଏହି କାରଣରୁ ବଡ଼ ଝଟ୍‌କା ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.9 ° C
    40.9 °
    40.9 °
    12 %
    4.2kmh
    0 %
    Tue
    41 °
    Wed
    43 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ