Friday, May 1, 2026
28.1 C
Odisha

    ୟୁକ୍ରେନ ବିନା କରାଯାଇଥିବା ବୁଝାମଣାକୁ ମାନିବୁ ନାହିଁ : ଜେଲେନସ୍କି

    ଆଗକୁ ପଢନ୍ତୁ

    କିବ୍ : ଋଷ ଓ ୟୁକ୍ରେନ ମଧ୍ୟରେ ଗତ କିଛି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଏବଂ ଅସ୍ତ୍ରବିରତି ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ମଙ୍ଗଳବାର (ଫେବୃଆରୀ ୧୮) ସାଉଦି ଆରବର ରିୟାଦରେ ରୁଷ୍ ଏବଂ ଆମେରିକୀୟ କୂଟନୀତିଜ୍ଞମାନେ ବୈଠକ କରୁଛନ୍ତି। ରୁଷ କହିଛି ଯେ ଆବଶ୍ୟକ ପଡ଼ିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବାକୁ ଇଚ୍ଛୁକ ଅଛନ୍ତି।କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୟୁକ୍ରେନ ବିଷୟରେ ଏହି ଆଲୋଚନାରେ ୟୁକ୍ରେନର କୌଣସି ଅଧିକାରୀଙ୍କୁ ସାମିଲ କରାଯାଇ ନାହିଁ । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏପରି ବୈଠକକୁ ବିରୋଧ କରିଛନ୍ତି। ୟୁକ୍ରେନର ଅଂଶଗ୍ରହଣ ବିନା ୟୁକ୍ରେନ୍ ସମ୍ପର୍କରେ ହୋଇଥିବା କୌଣସି ଚୁକ୍ତି କିମ୍ବା ଆଲୋଚନାକୁ ୟୁକ୍ରେନ ମାନିବନି ବୋଲି ସେ କହିଛନ୍ତି ।

    ତେବେ ଜେଲେନ୍ସି ଆସନ୍ତା କାଲି ରିଆଦ ଗସ୍ତରେ ଯିବେ । କିନ୍ତୁ ଏହି ଅବସରରେ ସେ କୌଣସି ରୁଷିଆ କିମ୍ବା ଆମେରିକୀୟ ଅଧିକାରୀଙ୍କ ସହ ସାକ୍ଷାତ କରିବେ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖପାତ୍ର ସେରେହି ନିକିଫରୋଭ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    53 %
    2.1kmh
    93 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ