Monday, March 9, 2026
31.7 C
Odisha

    ୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୧୦ସେମି ଅଟୋମେଟିକ ପିସ୍ତଲ ଏବଂ ଜବଦ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ସୂଚନା ଅନୁସାରେ ବନ୍ଧୁକ ମାଫିଆ ଦୁଇଜଣ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଖଣ୍ଡଗିରିରୁ ସ୍ପେଶାଲ କ୍ରାଇମ ୟୁନିଟ ଟିମ ସେମାନଙ୍କୁ ଏନଏଚରେ ଗୋଡ଼େଇ ଗୋଡେଇ ଧରିଥିଲା । ଗିରଫ ଦୁଇଜଣ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଲେ ସୁମନ୍ତ ନାୟକ ଓ ସୌଭାଗ୍ୟ ନୟକ । ପୂର୍ବରୁ ସୁମନ୍ତଙ୍କ ନାରେ ୬ଟି ମାମଲା ଓ ସୌଭାଗ୍ୟଙ୍କ ନାରେ ୪ଟି ମାମଲା ଥିବା କମିଶନରେଟ ପୁଲିସ ସୂଚନା ଦେଇଛି । ଭୁବନେଶ୍ବର ସହରକୁ କେଉଁ ଦିଗରୁ ବନ୍ଧୁକ ପ୍ରବେଶ କରୁଛି ଏବଂ ରାଜ୍ୟର ଅନ୍ୟ କେଉଁ କେଉଁ ଜିଲ୍ଲାରେ ଅନୈତିକ ଭାବରେ ବନ୍ଧୁକ ଚାଲାଣ ଚାଲିଛି ସେନେଇ ତଦନ୍ତ କରୁଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ