Thursday, September 24, 2026
24 C
Odisha

    ୧୫ ମିନିଟ୍‌ରେ ୧୧୧ କୋଟି ଟଙ୍କାର ଅଳଙ୍କାର ଗାଏବ

    ଆଗକୁ ପଢନ୍ତୁ

    ଲଣ୍ଡନ: ଲଣ୍ଡନର ଆପରାଧିକ ଇତିହାସରେ ଅନ୍ୟତମ ବଡ଼ ଚୋରି ଘଟଣା ଘଟିଛି। ଏକ ଘରୁ ୧୦.୪ ନିୟୁତ ପାଉଣ୍ଡ (୧୧୧ କୋଟି ଟଙ୍କା) ମୂଲ୍ୟର ଅଳଙ୍କାର, ୧୫୦୦୦୦ ପାଉଣ୍ଡ (୧.୬ କୋଟି ଟଙ୍କା)ର ଡିଜାଇନର ହ୍ୟାଣ୍ଡବ୍ୟାଗ୍‌, ୧୫୦୦୦ ପାଉଣ୍ଡ (୧୬ଲକ୍ଷ ଟଙ୍କା) ନଗଦ ଚୋରି ହୋଇଯାଇଛି। ଡିସେମ୍ବର ୭ରେ ଲଣ୍ଡନର ସେଣ୍ଟ୍‌ ଜନ୍ସ ଉଡ୍‌ ସ୍ଥିତ ଆଭେନ୍ୟୁ ରୋଡ୍‌ରେ  ଏକ ବିଶାଳ କୋଠାରୁ ଏହି ଚୋରି ହୋଇଛି। ଚୋରର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ। ଅପରାହ୍‌ଣ ୫ଟା ୧୧ (ସ୍ଥାନୀୟ ସମୟ) ଦ୍ବିତୀୟ ମହଲାର ଝରକା ଦେଇ ସେ ଘର ଭିତରକୁ ପଶିଥିଲା ଏବଂ ୫ ମିନିଟ୍‌ ଉପର ମହଲାରେ କଟାଇଥିଲା। ପରେ ତଳ ମହଲାରେ ପହଞ୍ଚି କେବଳ ୧୫-୨୦ ମିନିଟ୍‌ ମଧ୍ୟରେ ସମସ୍ତ ମୂଲ୍ୟବାନ ସାମଗ୍ରୀ ଚୋରାଇ ଘରୁ ୫ଟା ୩୦ ମିନିଟ୍‌ରେ ଯେଉଁ ରାସ୍ତା ଦେଇ ଆସିଥିଲା ସେହି ରାସ୍ତା ଦେଇ ବାହାରକୁ ଚାଲିଯାଇଥିଲା।

    ଏହି ଘଟଣାରେ, ଚୋରକୁ ଧରାଇବାରେ ସହାୟତା କରିବା ଭଳି ସୂଚନା ପାଇଁ  ଘର ମାଲିକ ୫୦୦୦୦୦ ପାଉଣ୍ଡ (୫ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଛନ୍ତି। ଏହା ସହ ଯଦି ଚୋରି ସାମଗ୍ରୀ ଉଦ୍ଧାର ହୁଏ ତେବେ ମୋଟ ମୂଲ୍ୟର ୧୦ ପ୍ରତିଶତ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମେଟ୍ରୋପଲିଟାନ୍‌ ପୁଲିସ୍‌ର ସୂଚନାନୁସାରେ, ୫ ମହଲା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରର ସମସ୍ତ କାରନାମା ରେକର୍ଡ ହୋଇଛି। ମୁଖାଧାରୀ  ଚୋରଟି ସାଥୀରେ ମାରଣାସ୍ତ୍ର ଧରିଥିଲା। ଚୋରି ସାମଗ୍ରୀ ମଧ୍ୟରେ ଅନେକ ହାର,  ହିରା ମୁଦି, ନେକ୍‌ଲେସ୍‌, କାନଫୁଲ, ‘ହେର୍‌ମିସ୍‌ କ୍ରୋକଡାଇଲ୍‌ କେଲି’ ହ୍ୟାଣ୍ଡବ୍ୟାଗ୍‌ ଆଦି ରହିଛି। ଏହି ସମସ୍ତ ସାମଗ୍ରୀ ଅତି ଦାମୀ ଓ ସ୍ବତନ୍ତ୍ର ଥିବାରୁ ଏହାର କିଣାବିକା ସମୟରେ ଧରାପଡ଼ିବା ସମ୍ଭାବନା ରହିଛି। ଏନେଇ ସର୍ବସାଧାରଣରେ ସତର୍କତା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ