Thursday, September 24, 2026
23.9 C
Odisha

    ୩ବର୍ଷ ହେଲା ଦିନ ରାତି ଜଳୁଛି ଷ୍ଟ୍ରିଟ୍‍ ଲାଇଟ୍‍

    ଆଗକୁ ପଢନ୍ତୁ

    ପିପିଲି : ପିପିଲି ପୌରାଞ୍ଚଳର ଅଧିକାଂଶ ଅଞ୍ଚଳରେ ଦିନରାତି ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍‍ ଲାଇଟ୍‍ । ଦିନେ କି’ ମାସେ ନୁହେଁ, ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ କାଳ ଧରି ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳିବା ଫଳରେ ବିଦ୍ୟୁତ ଅପଚୟ ବୃଦ୍ଧି ପାଉଛି । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ପ୍ରତିଦିନ ଏହି ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ସେମାନଙ୍କ ନିରବତାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି ।ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୧୬ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳୁଛି । ପୌରାଞ୍ଚଳର ମୁଖ୍ୟରାସ୍ତା କଡରେ ଲାଗିଥିବା ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ମଧ୍ୟ ଦିନରାତି ଜଳୁଛି । ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‍ ଲାଇଟ୍‍ ପାଇଁ ସ୍ୱୟଂଚାଳିତ ଯନ୍ତ୍ର ଲଗାଯାଇଥିଲା । ଯାହାଦ୍ୱାରା ସଂନ୍ଧ୍ୟା ବେଳେ ନିର୍ଦ୍ଦିଷ୍ଟ ସମୟରେ ଉକ୍ତ ସ୍ୱୟଂଚାଳିତ ଯନ୍ତ୍ର ଦ୍ୱାରା ଷ୍ଟ୍ରିଟ୍‍ ଲାଇଟ୍‍ ଆପେଆପେ ଜଳୁଥିଲା ଓ ସକାଳେ ଆପେ ଲିଭୁଥିଲା । ତେବେ ଅଧିକାଂଶ ସ୍ୱୟଂଚାଳିତ ଯନ୍ତ୍ର ଇତି ମଧ୍ୟରେ ଖରାପ ହୋଇଯାଇଥିବା ବେଳେ ସେଗୁଡିକର ମରାମତି ଅଦ୍ୟାବଧି କରାଯାଇପାରିନାହିଁ । ଫଳରେ ପୌରାଞ୍ଚଳର ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳୁଛି ।ହାଟଛକ ଠାରୁ ଡାକ୍ତରଖାନା ଛକ, ବ୍ଲକଛକ ଠାରୁ ଖଣ୍ଡିଆଗିରି ଛକ, ଚାନ୍ଦୁଆବଜାର ଛକ ଠାରୁ ପଣ୍ଡାବଜାର ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡରେ ୯୦ରୁ ଉର୍ଦ୍ଧ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳୁଥିବା ବେଳେ ୧୬ଟି ୱାର୍ଡର ବିଭିନ୍ନ ସାହି ଓ ବସ୍ତିରେ ଲାଗିଥିବା ୨ଶହରୁ ଉର୍ଦ୍ଧ ଷ୍ଟ୍ରିଟ୍‍ ଲାଇଟ୍‍ ୨୪ ଘଣ୍ଟା କାଳ ଜଳୁଛି । ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ କାଳ ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ଦିଗରେ କାହାର ଆନ୍ତରିକତା ନଥିବା ଭଳି ମନେହେଉଛି । ଏଥିଯୋଗୁଁ ବିଦ୍ୟୁତ୍‍ ଲୋଡ୍‍ ବୃଦ୍ଧି ପାଉଥିବା ବେଳେ ଦୈନିକ ବହୁ ପରିମାଣରେ ବିଦ୍ୟୁତ୍‍ ଅପଚୟ ହେଉଛି । ଦିନକୁ ଦିନ ବିଜୁଳି ବୋଝ ବଢି ଚାଲିଥିବାବେଳେ ଏଭଳି ବିଦ୍ୟୁତ ଅପଚୟକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଏ ସଂପର୍କରେ ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁଙ୍କୁ ପଚାରିବାରେ ସେ କହିଥିଲେ ଯେ, ପିପିଲି ପୌରାଞ୍ଚଳରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟ୍‍ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି । ଏ ସଂପର୍କରେ ଏନ୍‍ଏସି କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଉକ୍ତ ସଂସ୍ଥାକୁ ଅବଗତ କରାଯାଇଥିଲେ ମଧ୍ୟ ସେ ଏହି ସମସ୍ୟାର ସମାଧାନ କରିବାରେ କାଳବିଳମ୍ବ କରୁଛି । ତେବେ, ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପୌର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.2kmh
    100 %
    Thu
    24 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ