Saturday, April 19, 2025
40.3 C
Odisha

    ୪ ମହିଳା ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କଲା ହମାସ୍

    ଆଗକୁ ପଢନ୍ତୁ

    ଗାଜା: ଆଉ ୪ଇସ୍ରାଏଲୀ  ବନ୍ଧକଙ୍କୁ ମୁକ୍ତ କରିଛି ହମାସ୍ । ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପ୍ରାୟ ୨୦୦ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ହାମାସ୍ ଶନିବାର ୪ ଜଣ ମହିଳା ଇସ୍ରାଏଲ ସୈନିକଙ୍କୁ ମୁକ୍ତ କରିଛି। ଏସବୁ ବନ୍ଧକଙ୍କ ନାଁ ହେଉଛି କାରିନା ଆରିଭ୍, ଡାନିଏଲା ଗିଲବୋଆ, ନାମା ଲେଭି ( ସମସ୍ତେ ୨୦ ବର୍ଷୀୟ) ଏବଂ ଲିରି ଆଲବାଗ (୧୯) । ସେମାନଙ୍କୁ ଗାଜାର ରେଡକ୍ରସକୁ ହସ୍ତାନ୍ତର କରାଯାଇଛି।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪ ଜଣ ମହିଳାଙ୍କୁ ମୁକ୍ତ କରିବା ପୂର୍ବରୁ ଗାଜା ସିଟିର ପାଲେଷ୍ଟାଇନ ଛକରେ ହାମାସ ବନ୍ଧୁକଧାରୀ ଏବଂ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ସେମାନେ ହସିହସି ଭିଡ଼କୁ ହାତ ହଲାଇଥିଲେ। ଏହାପରେ ସେମାନେ ରେଡକ୍ରସ କାରରେ ବସିଥିଲେ।

    ରିପୋର୍ଟ ଅନୁଯାୟୀ, ଏହି ୪ ଜଣ ମହିଳା ହେଉଛନ୍ତି ଇସ୍ରାଏଲର ସୈନିକ, ଯେଉଁମାନଙ୍କୁ ଅକ୍ଟୋବର ୭ ରେ ହମାସ ଆକ୍ରମଣ ସମୟରେ ଇସ୍ରାଏଲର ନାହଲ ଓଜ୍ ସାମରିକ ଘାଟିରୁ ଅପହରଣ କରାଯାଇଥିଲା। ଏହି ଘଟଣା ପରେ ଇସ୍ରାଏଲ ଗାଜା ଉପରେ ପ୍ରବଳ ଆକ୍ରମଣ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ