Saturday, April 11, 2026
37.2 C
Odisha

    ୫୯ତମ ଜ୍ଞାନପୀଠ ପୁରସ୍କାର ପାଇବେ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଶିଷ୍ଟ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ଛତିଶଗଡ଼ର ପ୍ରଥମ ଲେଖକ ହେବେ। ଏହି ଭାଷାର ଅନ୍ୟତମ ଶ୍ରେଷ୍ଠ ସମସାମୟିକ ଲେଖକ ଭାବେ ବିବେଚିତ ୮୮ ବର୍ଷୀୟ କ୍ଷୁଦ୍ରଗଳ୍ପ ଲେଖକ, କବି ଓ ପ୍ରବନ୍ଧକାର ହେଉଛନ୍ତି ଦ୍ୱାଦଶ ହିନ୍ଦୀ ଲେଖକ ଯିଏ ଏହି ପୁରସ୍କାର ପାଇବେ। ଏହି ପୁରସ୍କାର ସହିତ ନଗଦ ୧୧ ଲକ୍ଷ ଟଙ୍କା, ଦେବୀ ସରସ୍ୱତୀଙ୍କ ଏକ କାଂସ୍ୟ ମୂର୍ତ୍ତି ଏବଂ ଏକ ପ୍ରଶଂସାପତ୍ର ପ୍ରଦାନ କରାଯିବ।

    ବିଶିଷ୍ଟ କାହାଣୀକାର ତଥା ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ଞାନପୀଠ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିନୋଦ କୁମାର ଶୁକ୍ଳା ଛତିଶଗଡ଼ ରାଜ୍ୟର ପ୍ରଥମ ଲେଖକ ଭାବେ ଏହି ପୁରସ୍କାରରେ ସମ୍ମାନିତ ହେବେ। ହିନ୍ଦୀ ସାହିତ୍ୟ, ସୃଜନଶୀଳତା ଓ ସ୍ବତନ୍ତ୍ର ଲେଖା ଶୈଳୀରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି।ବୈଠକରେ ଚୟନ କମିଟିର ଅନ୍ୟ ସଦସ୍ୟମାନେ ମାଧବ କୌଶିକ, ଦାମୋଦର ମୌଜୋ, ପ୍ରଭା ବର୍ମା, ଅନାମିକା, ଏ କ୍ରିଷ୍ଣା ରାଓ, ପ୍ରଫୁଲ୍ଲ ଶିଲେଦାର, ଜାନକୀ ପ୍ରସାଦ ଶର୍ମା ଏବଂ ଜ୍ଞାନପୀଠ ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ ଉପସ୍ଥିତ ଥିଲେ। ନିଜର ସ୍ବତନ୍ତ୍ର ଭାଷାଗତ ଗଠନ ଓ ଭାବନାତ୍ମକ ସୃଷ୍ଟି ପାଇଁ ଜଣାଶୁଣା ଶ୍ରୀ ଶୁକ୍ଳା ୧୯୮୯ ମସିହାରେ ତାଙ୍କ ପୁସ୍ତକ ‘ଦିୱାର ମେଁ ଏକ ଖିଡ଼କି ରହତି ଥି’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

    ଶ୍ରୀ ଶୁକ୍ଳାଙ୍କ ଅନ୍ୟାନ୍ୟ ଉଲ୍ଲେଖନୀୟ କୃତି ଗୁଡ଼ିକ ହେଲା “ନୌକର କି କମିଜ” (୧୯୭୯), ମଣି କୌଲଙ୍କ ଏକ ଚଳଚ୍ଚିତ୍ରରେ ରୂପାନ୍ତରିତ ଏକ ଉପନ୍ୟାସ ଏବଂ ଏକ କବିତା ସଂକଳନ “ସବ କୁଛ ହୋନା ବଚା ରହେଗା” (୧୯୯୨)।

    ୧୯୬୧ ମସିହାରେ ସ୍ଥାପିତ ଜ୍ଞାନପୀଠ ପୁରସ୍କାର ପ୍ରଥମେ ୧୯୬୫ ମସିହାରେ ମାଲାୟାଲମ କବି ଜି ଶଙ୍କର କୁରୁପଙ୍କୁ କବିତା ସଂକଳନ “ଓଡାକ୍କୁଜାଲ” ପାଇଁ ପ୍ରଦାନ କରାଯାଇଥିଲା । ଏହା କେବଳ ଭାରତୀୟ ଲେଖକମାନଙ୍କୁ ପ୍ରଦାନ କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ