Tuesday, October 13, 2026
21.3 C
Odisha

    ପବାନପୁତ୍ର ହନୁମାନଙ୍କୁ କାହିଁକି ନେବାକୁ ପଡିଥିଲା ସିଂହ ର ରୂପ ?

    ଆଗକୁ ପଢନ୍ତୁ

    ପବନପୁତ୍ର ହନୁମାନଙ୍କ ସହିତ ଅନେକ କଥା ରହିଛି, କିନ୍ତୁ ବହୁତ କମ ଲୋକ ଜାଣିଥିବେ ଏହି ବିଷୟ ରେ। ଭଗବାନ ଶିବଙ୍କ ରୁଦ୍ର ରୂପ ହେଉଛନ୍ତି ହନୁମାନ, ଆମେ ବିଶେଷ ଭାବରେ ଜାଣିଚୁ ଭଗବାନ ବିଷ୍ଣୁଙ୍କର ସିଂହ ରୂପ ସହିତ ସମ୍ବନ୍ଧ ରହିଛି, ମାନ୍ୟତା ରହିଛି ଯେ ହନୁମାନ ମଧ୍ୟ ଏକଦା ସିଂହ ରୂପ ଧାରଣ କରିଥିଲେ।

    ହନୁମାନ କାହିଁକି ନେଇଥିଲେ ସିଂହ ର ରୂପ –
    ରାଜସ୍ଥାନର ଜୟପୁର ସ୍ଥିତ ଗୋବିନ୍ଦ ଦେବ ଜୀ ମନ୍ଦିର ମୂଳ ଭାବରେ ବୃନ୍ଦାବନରେ ଥିଲା, ଏହି ଭବ୍ୟ ମନ୍ଦିର ଟି ୭ ମହଲା ବିଶିଷ୍ଠ, ଯାହାର ଛାତ ଉପରେ ସର୍ବଦା ୭ ମାଣ ଘିଅର ଦୀପ ଜଳୁଥିଲା, ଗୋଟିଏ ଦିନ ରାତିରେ ମୋଗଲ ଶାସକ ଔରାଙ୍ଗଜେବ ନିଜ ପ୍ରସଦର ଛାତ ଉପରେ ଠିଆ ହୋଇଥିଲା ଏବଂ ତାକୁ ଏହି ଦୀପ ଚନ୍ଦ୍ର ଭଳି ଦେଖାଗଲା, କିନ୍ତୁ ଯେତେବେଳେ ତାକୁ କୁହାଗଲା ଏହା ଗୋବିନ୍ଦ ଜୀ ମନ୍ଦିର ସେତେବେଳେ ସେ ଆଦେଶ ଦେଇଥିଲା ଏହାର ୪ଟି ମହଲା କୁ ଭାଙ୍ଗି ଦେବାପାଇଁ। ଏହା ଜାଣିପାରି ଗୋବିନ୍ଦଙ୍କ ଭକ୍ତ ହନୁମାନଙ୍କୁ ପ୍ରାର୍ଥନା କଲେ ଏବଂ ସେ ନିଜ ଭକ୍ତଙ୍କ ଡାକ ଶୁଣିଲେ।
    ସିଂହ ରୂପରେ ପ୍ରକଟ ହୋଇ ଔରାଙ୍ଗଜେବକୁ କହିଥିଲେ ଯେ ଯଦି ସେ ଏହି ମନ୍ଦିର ଭାଙ୍ଗିବ ତେବେ ତାର ୭ ପିଢ଼ି ଧ୍ବଂସ ହୋଇଯିବ। ଏହି ଘଟଣା ପରେ ଗୋବିନ୍ଦ ଜୀଙ୍କ ସୁରକ୍ଷା ପାଇଁ ହନୁମାନଙ୍କର ଗୋଟିଏ ସିଂହ ରୂପରେ ମନ୍ଦିର ଟିଏ ସେଠାରେ ସ୍ଥାପନା କରାଯାଇଛି।

    ଅନ୍ୟ ଗୋଟିଏ ପୌରାଣିକଙ୍କ କଥା ଅନୁସାରେ ଭଗବାନ ହନୁମାନ ପ୍ରଭୁ ବିଷ୍ଣୁଙ୍କ ନରସିଂହ ରୂପରେ ଅନୁପ୍ରାଣିତ ହୋଇ ପ୍ରଭୁଙ୍କ ନିକଟରେ ସିଂହ ରୂପ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ, ଯାହାର ନିଦର୍ଶନ ଆଜି ମଧ୍ୟ ଦକ୍ଷିଣ ଭାରତର ମନ୍ଦିରରେ ଦେଖିବାକୁ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.3 ° C
    21.3 °
    21.3 °
    84 %
    1.1kmh
    11 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ