Saturday, November 7, 2026
19.5 C
Odisha

    ଅଖ ନିର୍ମାଣ ଓ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ : ତିନିରଥର ୪୨ଟି ଚକ ନିର୍ମାଣ ଶେଷ ପରେ ଅଖ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁହଁଟି ସଂଯୋଗ କରାଯାଇ ରଥ ଫ୍ରେମ୍ ପ୍ରସ୍ତୁତ ହେବ। ଏହି ଫ୍ରେମର ଉଭୟ ପାର୍ଶ୍ବରେ କୁଡୁକା ଦ୍ବାର ସଂଯୁକ୍ତ ହେବ। ପାର୍ଶ୍ବଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଏବଂ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା। ଚାରି ନାହାକାର ଚତୁଃପାର୍ଶ୍ବରେ ଚଉଦ ନାହାକା ଉଠିବ। ପରେ ତିନି ରଥର ଭୂଇଁ ସ୍ଥାପନ ହେବ। ଏହିକ୍ରମରେ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ତଥା ପ୍ର‌ତ୍ୟକ୍ଷ ତତ୍ତ୍ବାବଧାନରେ ରଥ ନିର୍ମାଣ କାର୍ଯ୍ୟ ଗତିଶୀଳ ହୋଇଛି।
    ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ଚକ ଡେରା ନୀତି ପାଇଁ ତିନିଟି ଅନୁକୂଳ ଅଖ ନିର୍ମାଣ ଶେଷ ହୋଇଥିଲା। ବାକି ତିନି ରଥର ୧୮ ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବାହ୍ଣରେ ତିନିରଥର ମୁଖ୍ୟ ମହାରଣା ସମେତ ସାଥୀ ମହାରଣା ବାକି ଅଖଗୁଡ଼ିକର ଉଭୟ ପାର୍ଶ୍ବ ବାରିସିରେ ହାଣି ଚଉପଟ ପରେ ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ରଥ ନିର୍ମାଣ ତଦାରଖ କମିଟି ପ୍ରତିନିଧି ଦଳ ରଥଖଳା ବୁଲି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତିନିରଥର ଅଖଗୁଡ଼ିକୁ ଅନୁଧ୍ୟାନ କରି ଅଖ ନିର୍ମାଣ ପାଇଁ ରହିଥିବା କାଠର ଉଭୟ ପାର୍ଶ୍ବର ଗଣ୍ଠି ତଥା ଗର୍ତ୍ତ ଥିବା ଅଖ କାଠକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ଗତକାଲି ପୂର୍ବାହ୍ଣରେ ତିନିରଥର ୧୨ଟି ଲେଖାଏଁ ଚଉପଟ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକ ଭୂଇଁ ଚଉତାରେ ୪ଟି ଲେଖାଏଁ ପାଖୁଡ଼ା ବିନ୍ଧ ସହ ଦୁଇ ପାର୍ଶ୍ବରେ ଗୋଟିଏ ଗୋଟିଏ ଖମ୍ବି ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ତିନିରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଗରଗରା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉକ୍ତ ଗରଗରା କାଠର ତିନି ପାର୍ଶ୍ବ ଚଉପଟ ଶେଷ ହୋଇ ଆଉ ଗୋଟିଏ ପାର୍ଶ୍ବରେ ଚଉପଟ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    85 %
    1.1kmh
    1 %
    Sat
    27 °
    Sun
    27 °
    Mon
    27 °
    Tue
    27 °
    Wed
    26 °

    ସମ୍ବନ୍ଧିତ