Sunday, October 11, 2026
25 C
Odisha

    ପୁଣି ଥରେ ଇସ୍କନର ମନମାନି, ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା !

    ଆଗକୁ ପଢନ୍ତୁ

    ପୁରୀ : ପୁଣି ଥରେ ଇସ୍କନର ମନମାନି । ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା । ଆସନ୍ତା ୨୩ ତାରିଖରେ ରଥଯାତ୍ରା ନେଇ ବିଜ୍ଞାପନ ଦିଆଯାଇଛି । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ । ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ମାଲେସିଆ ହାଇକମିଶନରଙ୍କୁ ଚିଠି ଲେଖିଛି ପୁରୀ ଭଏସ ଅଫ କମନ୍ ମ୍ୟାନ୍ । ଏଥି ସହ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ,ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଇଣ୍ଡିଆନ ହାଇକମିଶନର ଅବଗତ କରାଯାଇଛି ।

    ନିକଟରେ ପଞ୍ଜାବର ଫିରୋଜପୁରରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଥିଲା। । ଆଗାମୀ ମେ ୨୩ତାରିଖରେ ରଥଯାତ୍ରା ହୋଇଥାନ୍ତା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିବା ସହ ଜିଲ୍ଲାପାଳ ଦୀପଶିଖା ଶର୍ମାଙ୍କ ସହ କଥା ହୋଇଥିଲେ।ତାଙ୍କର ତ୍ୱରିତ ହସ୍ତକ୍ଷେପ ଓ ସହଯୋଗରେ ଏକ ସକାରାତ୍ମକ ସମାଧାନ ସମ୍ଭବ ହୋଇପାରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ