Friday, June 19, 2026
37 C
Odisha

    ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ, ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ପୃଥକ ଦୁର୍ଘଟଣାରେ ୫ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ନିକଟ ରେ । ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା ରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ପହିଲି ରଜରେ ଏଭଳି ଏକ ଘଟଣା ଅଞ୍ଚଳରେ ଭୟ ସୃଷ୍ଟି କରିଛି ।

    ଟ୍ରକ ଚାଳକ ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ପାଞ୍ଚ ଟି ମୂଲ୍ୟବାନ ଜୀବନ ଅକାରଣ ରେ ଚାଲିଯାଇଛି । ପ୍ରଥମ ଦୁର୍ଘଟଣା ରେ ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି ଙ୍କ ମୃତ୍ୟୁ ଘଟିଥିବା ବେଳେ ଦିତୀୟ ଦୁର୍ଘଟଣା ରେ ସୁରେଶ ପ୍ରଧାନ, ଶଙ୍କର ପ୍ରଧାନ ଓ ଦୋଳ ପ୍ରଧାନ ଙ୍କ ମୃତ୍ୟୁ ଘଟିଛି । ୪୯ ନମ୍ବର ଜାତୀୟ ରାଜପଥ ଏବେ ମୃତ୍ୟୁ ଯନ୍ତା ପାଲଟିଛି । ଲୋକେ ଜାତୀୟ ରାଜପଥ ରେ ଯାତାୟତ ପାଇଁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ।

    ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି ଭଣ୍ଡାରର ପଟୁ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଟ୍ରକ ଚାପି ଦେଇ ଚାଲି ଯାଇଥିଲା । ତାର ଦୁଇ ଘଣ୍ଟା ପରେ ପୁଣି ସେହି କୁଆଁର ଛକ ନିକଟରେ ଆଉ ଏକ ଟ୍ରାକ ରଙ୍ଗ ରୁଟ ଆସି ଅନ୍ୟ ତିନିଜଣଙ୍କୁ ଦଳି ଦେଇଛି । ସୁରେଶ, ଶଙ୍କର ଓ ଦୋଳ ନିଜ ଗାଁ ପଦାକସଡା ରୁ ତେନ୍ତୁଳିଖୁଣ୍ଟି କୁ ବାଇକ୍ ଯୋଗେ ଯାଉ ଥିବା ବେଳେ ସେମାନଙ୍କୁ ଟ୍ରକ ଟି ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ କାଞ୍ଜିପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ