Tuesday, October 6, 2026
25.1 C
Odisha

    ମେଡିକାଲ ବେଡ୍ ରୁ ଚାମେଲି ଓଝାଙ୍କ ଅଭିଯୋଗ, କହିଲେ ଦିଆଯାଉଛି ନର୍ଯାତନା, ବିଭିନ୍ନ ମହିଳା ସଂଗଠନ ଭେଟିଲେ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ରଜରେ ନୂଆ ଡ୍ରେସ୍ ଆଣିଛନ୍ତି ତାଙ୍କ ମା ଭାରତୀ ଓଝା l ଆଜି ପହିଲି ରଜରେ ହସ୍ପିଟାଲରେ ନୂଆ ଡ୍ରେସ୍ ପିନ୍ଧିଛନ୍ତି ଚାମେଲି l ଚାମେଲି କହିଛନ୍ତି, ପୋଲିସ ଉପରେ ମୋର ଭରସା ନାହିଁ ।

    ଏଥିସହ ମହାକାଳପଡା ବିଧାୟକଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି ଚାମେଲି । ସେପଟେ ବିଭିନ୍ନ ମହିଳା ସଂଗଠନ, ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡି ସଭାପତି ସରିତା ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଲିତା ଦାସ,ବିଧାୟକ ଗଣେଶ୍ବର ବେହେରା ପ୍ରମୁଖ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

    ଦଫା କୋହଳ ସହ ଚାମେଲିଙ୍କୁ ଉତ୍ତମ ଚିକିତ୍ସା, ପୋଲିସ ଓ ବିଡ଼ିଓଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ, ଚାମେଲିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ରଘୁରାମ ଆର. ଆୟର କହିଛନ୍ତି, ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି। ଯିଏବି ଦୋଷୀ ହେଉନା କାହିଁକି କାହାକୁ ଛଡାଯିବ ନାହିଁ।ଅନ୍ୟପଟେ ଗଣମାଧ୍ୟମଙ୍କୁ ଏସପି ସିଦ୍ଧାର୍ଥ କଟାରିଆ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ