Sunday, November 1, 2026
27.8 C
Odisha

    ଅସ୍ତରଙ୍ଗରେ ଭୀଷଣ ବର୍ଷା, ତଳି ଘେରାରେ ପଶିଲା ପାଣି

    ଆଗକୁ ପଢନ୍ତୁ

    କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଭୀଷଣ ବର୍ଷା। ବୁଡ଼ିଲା ତଳି ଘେରା । ଆଗାମୀ ଚାଷବାସ ନେଇ ଚିନ୍ତାରେ ଚାଷୀକୂଳ । ଆଜି ପୂର୍ବାହ୍ଣ ୯ଟା ଠାରୁ ଅସ୍ତରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ଏଥିଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ତେବେ ବ୍ଲକର ବିଭିନ୍ନ ଚାଷଜମିରେ ତଳି ପକାଯାଇଥିବା ବେଳେ ବର୍ଷା ଯୋଗୁ ତଳିଘେରାରେ ପାଣି ମାଡ଼ିଯାଇଛି । ଫଳରେ ବିକଳ ହୋଇ ଚାଷୀମାନେ କଂସା ବାସନରେ ପାଣି ବାହାରକରୁଥିବା ଦେଖିବାକୁ ମିଳିଛି । ଯଦି ଏହିଭଳି ବର୍ଷା ଜାରି ରହେ, ତେବେ ପୁନର୍ବାର ତଳି ପକାଇବାକୁ ବିହନ ନଥିବା କହିଛନ୍ତି ଚାଷୀ । ଅସ୍ତରଙ୍ଗ ଅଞ୍ଚଳରେ ବର୍ଷାର ପ୍ରଭାବ ନେଇ ଅଧିକ ସୂଚନା ଦେଉଛନ୍ତି କାକଟପୁର ରିପୋର୍ଟର ଲୋକନାଥ ସ୍ବାଇଁ ।

    ଅନ୍ୟପଟେ, ୨ ଦିନ ଧରି ଧୂଆଁଧାର ବର୍ଷା! । ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ୍ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    73 %
    1.2kmh
    20 %
    Sun
    28 °
    Mon
    25 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ