ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଆସି ଲୁଟୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରରେଟ ପୋଲିସ । ସାଧାରଣତଃ ଯେତେବେଳେ ଯାତ୍ରୀ ବସରେ ଚଢନ୍ତି ସେଇ ସମୟରେ ଟାର୍ଗେଟ କରନ୍ତି ଲୁଟେରା । ଲୁଟେରା ଗ୍ୟାଙ୍ଗଠାରୁ ୫୦ରୁ ଅଧିକ ମୋବାଇଲ ସହିତ ବହୁ ଜିନିଷ ଜବତ କରାଯାଇଛି । ଏହି ଲୁଟେରାମାନେ ଛୋଟ ଛୋଟ ଛୁଆଙ୍କୁ ଧରି ବସଷ୍ଟାଣ୍ଡରେ ବୁଲନ୍ତି । ସୁଯୋଗ ଉଣ୍ଡି ଲୁଟ କରନ୍ତି ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂ କହିଛନ୍ତି ।
ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ଯେ, ଏହି ଗ୍ୟାଙ୍ଗ ଛୋଟ ଛୋଟ ପିଲାଙ୍କୁ ସାଙ୍ଗରେ ରଖି ବସଷ୍ଟାଣ୍ଡ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ବୁଲୁଥିଲେ । ଭିଡ଼ ମଧ୍ୟରେ ସୁଯୋଗ ଦେଖି ଯାତ୍ରୀଙ୍କ ପକେଟ କିମ୍ବା ବ୍ୟାଗରୁ ମୋବାଇଲ ଲୁଟି ନେଉଥିଲେ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ନେଇ ପୋଲିସ ଖୋଜଖବର ଚଳାଇଛି । ସାଧାରଣ ଲୋକଙ୍କୁ ବସଷ୍ଟାଣ୍ଡ ଓ ଭିଡ଼ ସ୍ଥାନରେ ସତର୍କ ରହିବା ସହ ନିଜର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପୋଲିସ ପରାମର୍ଶ ଦେଇଛି ।
