Monday, August 10, 2026
27.5 C
Odisha

    ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍

    ଆଗକୁ ପଢନ୍ତୁ

    ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା ବୋଟ୍ ମାଲିକ, ଜିଲ୍ଲାପାଳ, ଡିଏଫଓ ଏବଂ ବିଧାୟକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁପ୍ତି ,ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ନଦୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ନଦୀ ନାଳରେ ବୁଲେଇବା ପାଇଁ ୨୧ଟି ସରକାରୀ ବୋଟ୍ ଥିବାବେଳେ ୬୦ଟି ଘରୋଇ ବୋଟ୍ ରହିଛି । ଭିତରକନିକା ନଦୀରେ ଡିଜେଲ ଓ ପେଟ୍ରୋଲ ଦ୍ଵାରା ଚାଲୁଥିବା ବୋଟରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ଭିତରକନିକାର ବନ୍ୟଜନ୍ତୁଙ୍କ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ସରକାର ଇଭି ବୋଟ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

    ଯେଉଁମାନେ ଇଭି ବୋଟ୍ କିଣିବା ପାଇଁ ଚାହିଁବେ ସରକାର ୫୦ ପ୍ରତିଶତ ଟଙ୍କା ଅର୍ଥାତ ୫୦ ଲକ୍ଷ ଟଙ୍କା ସବସିଡ ଆକାରରେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ୧୦ ଓ ୧୨ ଲକ୍ଷ ଟଙ୍କାରେ ଆମେ ବୋଟ୍ ଚଲାଉଛୁ ତେଣୁ ସରକାର ଛୋଟ ଛୋଟ ଇଭି ବୋଟ୍ ସବସିଡି ରେ ଦେଲେ ଆମେମାନେ ଚଲାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଘରୋଇ ବୋଟ୍ ମାଲିକ ମାନେ । ଭିତର କନିକାକୁ ଦିନକୁ ଦିନ ଦେଶ ବିଦେଶର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗଥିବା ବେଳେ ୨୦୨୫/୨୬ରେ ଭିତରକନିକା ବୁଲି ଆସିଛନ୍ତି ୯୮ ହଜାର ୩୬ ଜଣ ପର୍ଯ୍ୟଟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    79 %
    2.6kmh
    99 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ