Sunday, October 18, 2026
23.2 C
Odisha

    ଆଜିଠାରୁ ବଦଳିଲା ଅନେକ ନିୟମ, ଜାଣନ୍ତୁ କେଉଁଥିରେ ହେବ ପରିବର୍ତ୍ତନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜିଠାରୁ ବଦଳିଲା ନିୟମ । ଜୁଲାଇ ୧ ଠାରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଏବଂ ଆର୍ଥିକ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ EPFO ସେବା ପୁନଃ ଆରମ୍ଭ, ମାଗଣା ଆଧାର ଅପଡେଟ୍, ପାସପୋର୍ଟ ଫି’ ବୃଦ୍ଧି ଏବଂ ଆରବିଆଇର ନୂଆ ନିୟମ ସାମିଲ ଅଛି ।

    EPFO:

    EPFO ଅନଲାଇନ୍ ସେବା ପୁଣି ଆରମ୍ଭ ହୋଇଛି । ଜୁନ୍ ୨୬ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିଥିବା ସିଷ୍ଟମ୍ ମାଇଗ୍ରେସନ୍ ଏବଂ ଡାଟାବେସ୍ ଏକତ୍ରୀକରଣ କାମ ଶେଷ ହୋଇଛି । ମଧ୍ୟରାତ୍ରିରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ EPFOର ସମସ୍ତ ଅନଲାଇନ୍ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି । ଏହି ଅପଗ୍ରେଡ୍ ଦ୍ୱାରା କୋଟି କୋଟି ସଦସ୍ୟଙ୍କୁ ଆହୁରି ଉନ୍ନତ ସେବା ମିଳିବ ।

    ଆଧାର:

    ଆଧାର କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । UIDAI ପକ୍ଷରୁ ଆଧାର ସହ ଜଡ଼ିତ ଇମେଲ୍ ଆଇଡି ଅପଡେଟ୍ କରିବା ପାଇଁ ଲାଗୁଥିବା ₹୭୫ ଫି’କୁ ଛାଡ଼ କରାଯାଇଛି । ବ୍ୟବହାରକାରୀମାନେ ଜୁଲାଇ ୧ ରୁ ଡିସେମ୍ବର ୩୧, ୨୦୨୬ ମଧ୍ୟରେ ‘ଆଧାର ମୋବାଇଲ୍ ଆପ୍’ ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ନିଜର ଇମେଲ୍ ଆଇଡି ଅପଡେଟ୍ କରିପାରିବେ ।

    ପାସପୋର୍ଟ ଫି :

    ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ସେବା ଫି ରେ ବୃଦ୍ଧି କରାଯାଇଛି । ୨୦୧୨ ମସିହା ପରେ ଏହା ପ୍ରଥମ ବଡ଼ ସଂଶୋଧନ, ଯାହା ଆଜିଠାରୁ ଲାଗୁ ହୋଇଛି । ନୂଆ ଦର ଉଭୟ ସାଧାରଣ ଏବଂ ତତ୍କାଳ ଆବେଦନ ପାଇଁ ପ୍ରଯୁଜ୍ୟ ହେବ । ୩୬ ପୃଷ୍ଠାର ବୁକଲେଟ୍ (ସାଧାରଣ) ପାସପୋର୍ଟ ପାଇଁ ୧ ହଜାର ୫୦୦ ଟଙ୍କାରୁ ବଢ଼ି ୨ ହଜାର ୫୦୦ ଟଙ୍କା ହୋଇଛି । ୩୬ ପୃଷ୍ଠାର ବୁକଲେଟ୍ (ତତ୍କାଳ) ପାଇଁ ୩ ହଜାର ଟଙ୍କାରୁ ବଢି ବଢ଼ି ୫ ହଜାର ଟଙ୍କା, ୬୦ ପୃଷ୍ଠାର ବୁକଲେଟ୍ (ସାଧାରଣ) ପାଇଁ ୨ ହଜାର ଟଙ୍କାରୁ ବଢ଼ି ୩ ହଜାର ୫୦୦ ଟଙ୍କା, ୬୦ ପୃଷ୍ଠାର ବୁକଲେଟ୍ ତତ୍କାଳ ସେବା ପାଇଁ ୪ ହଜାର ଟଙ୍କାରୁ ବଢ଼ି ୬ ହଜାର ଟଙ୍କା ହୋଇଛି । ନାବାଳକଙ୍କ ପାଇଁ ୩୬ ପୃଷ୍ଠା ପାସ୍ ପୋର୍ଟରେ ସାଧାରଣ ସେବା ପାଇଁ ୧ ହଜାର ଟଙ୍କାରୁ ବଢ଼ି ୧ ହଜାର ୭୫୦ ଟଙ୍କା ହେଲା । ପୋଲିସ କ୍ଲିଅରାନ୍ସ ସାର୍ଟିଫିକେଟ୍ ଫି ୫୦୦ ଟଙ୍କାରୁ ବଢ଼ି ୭୫୦ ଟଙ୍କା ହୋଇଛି ।

    RBI ର କଡ଼ା ନିୟମ :

    ‘ମିସ୍-ସେଲିଂ’ ବିରୋଧରେ RBI ର କଡ଼ା ନିୟମ ଲାଗୁ ହୋଇଛି । ଗ୍ରାହକ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର ନିୟମ ଆଣିଛନ୍ତି । ଜୁଲାଇ ୧ ରୁ ଯଦି କୌଣସି ଗ୍ରାହକଙ୍କୁ ଭୁଲ୍ ତଥ୍ୟ ଦେଇ ବା ବାଧ୍ୟ କରି ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଇନସୁରାନ୍ସ ଭଳି ଆର୍ଥିକ ଉତ୍ପାଦ ବିକ୍ରି କରାଯାଏ, ତେବେ ଗ୍ରାହକ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇବା ସହ ହୋଇଥିବା କ୍ଷତିର କ୍ଷତିପୂରଣ ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେବେ ।

    ଆୟକର ରିଟର୍ଣ୍ଣ :

    ଏହାସହ ବିନା କୌଣସି ଜରିମାନାରେ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧, ୨୦୨୬ । ITR-1 କେବଳ ଦରମା ଏବଂ ବ୍ୟାଙ୍କ ସୁଧରୁ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏବଂ ITR-2 କେବଳ କ୍ୟାପିଟାଲ୍ ଗେନ୍ସ, ଏକାଧିକ ସମ୍ପତ୍ତି, ବିଦେଶୀ ଆୟ କିମ୍ବା ସମୁଦାୟ ଆୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ । ଶେଷ ମୁହୂର୍ତ୍ତର ଭିଡ଼ ଏବଂ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଲେଟ୍ ଫି’ ରୁ ବଞ୍ଚିବା ପାଇଁ ଆୟକର ବିଭାଗର ଅଫିସିଆଲ୍ ଇ-ଫାଇଲିଂ ପୋର୍ଟାଲକୁ ଯାଇ ଯଥାଶୀଘ୍ର ନିଜର ITR ଦାଖଲ କରନ୍ତୁ। ଡିଜିଟାଲ୍ ସେବାକୁ ସହଜ କରିବା, ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଏବଂ ଆର୍ଥିକ ସ୍ୱଚ୍ଛତା ଆଣିବା ପାଇଁ ଏହି ସବୁ ପରିବର୍ତ୍ତନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ