Monday, October 19, 2026
23.2 C
Odisha

    ବେଙ୍ଗାଳୁରୁ ଛାଡିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କଣ ରହିଛି କାରଣ

    ଆଗକୁ ପଢନ୍ତୁ

    ଭାରତୀୟ ଦଳର ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜ କ୍ରିକେଟ୍ କ୍ୟାରିୟର ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । କୌଣସି ଏକ ମିଡିଆ ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଛାଡ଼ି ବେଙ୍ଗାଲୁରୁରେ ରହିବା ଆରମ୍ଭ କରିଛନ୍ତି । ଏବେ ଭାରତୀୟ ଦଳ, ଆଇପିଏଲ୍ କିମ୍ବା ଘରୋଇ କ୍ରିକେଟରେ ବ୍ୟସ୍ତ ନଥିବା ବେଳେ ସେ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ରେ ନିୟମିତ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି ।
    ରିପୋର୍ଟ ଅନୁସାରେ, ହାର୍ଦ୍ଦିକ COE ନିକଟରେ ବେଙ୍ଗାଲୁରୁ ସହର ବାହାରେ ଏକ ଭଡ଼ା ଘର ନେଇଛନ୍ତି । ସେ ଭାରତର ପ୍ରଥମ ସକ୍ରିୟ କ୍ରିକେଟର ହେବେ, ଯିଏ ନିଜ କ୍ୟାରିୟରର ବାକି ସମୟ ପାଇଁ COEକୁ ସ୍ଥାୟୀ ଟ୍ରେନିଂ କେନ୍ଦ୍ର କରିଛନ୍ତି ।

    ଏପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ଆଘାତ ସୁସ୍ଥତା, ଫିଟନେସ୍ ପରୀକ୍ଷା ଏବଂ ଜାତୀୟ ଶିବିର ସମୟରେ ମୁଖ୍ୟତଃ ସେଣ୍ଟର ଅଫ୍ ଏକ୍ସଲେନ୍ସ ବ୍ୟବହାର କରିଆସୁଛନ୍ତି । କିନ୍ତୁ ହାର୍ଦ୍ଦିକ ଏଠାରେ ସବୁବେଳେ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆସନ୍ତା ପାଞ୍ଚରୁ ଛଅ ବର୍ଷ ପର୍ଯ୍ୟନ୍ତ ଭାରତ ପାଇଁ ହ୍ୱାଇଟ୍-ବଲ୍ କ୍ରିକେଟ୍ ଖେଳିବା ତାଙ୍କର ଲକ୍ଷ୍ୟ ରହିଛି । ବିସିସିଆଇର ଜଣେ ସୂତ୍ର ପିଟିଆଇକୁ କହିଛନ୍ତି ଯେ ହାର୍ଦ୍ଦିକ ବେଙ୍ଗାଲୁରୁକୁ ସ୍ଥାୟୀ ଭାବେ ଚାଲି ଆସିଛନ୍ତି ଏବଂ COE ନିକଟରେ ଏକ ଭଡ଼ା ଘର ନେଇଛନ୍ତି।

    ରିପୋର୍ଟରେ କୁହାଯାଇଛି ଯେ ହାର୍ଦ୍ଦିକ ନିଜ ପ୍ରସ୍ତୁତି ପାଇଁ ଜଣେ ବ୍ୟକ୍ତିଗତ ଫିଜିଓଥେରାପିଷ୍ଟ ଏବଂ ଷ୍ଟ୍ରେଙ୍ଗ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ରଖିବେ। ନେଟ୍ରେ ଅଭ୍ୟାସ ସମୟରେ COE ପକ୍ଷରୁ ଯୋଗାଯାଇଥିବା ବୋଲରମାନଙ୍କ ଖର୍ଚ୍ଚ ମଧ୍ୟ ସେ ନିଜେ ଦେବେ।

    ହାର୍ଦ୍ଦିକ ବର୍ତ୍ତମାନ କ୍ୱାଡ୍ରିସେପ୍ସ ଆଘାତରୁ ସୁସ୍ଥ ହେଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ଗସ୍ତରେ ନାହାନ୍ତି ଏବଂ ତାଙ୍କ ରିହାବିଲିଟେସନ୍ ଚାଲିଛି। କିଛି ଦିନ ବ୍ୟକ୍ତିଗତ କାମ ପାଇଁ ବିରତି ନେବା ପରେ ସେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ପୁଣି COEକୁ ଫେରିପାରନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚରେ ଟି-୨୦ ସିରିଜ୍ ପାଇଁ ଚୟନ ହେବେ କି ନାହିଁ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ତାଙ୍କର ରିଟର୍ନ-ଟୁ-ପ୍ଲେ ପ୍ରକ୍ରିୟା ପୂରା ହେବା ପରେ ଏହା ଉପରେ ଶେଷ ନିଷ୍ପତ୍ତି ନିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ