Friday, April 3, 2026
39 C
Odisha

    ଆଜି ଆଇପିଏଲ୍‌ର ଶେଷ ମ୍ୟାଚ୍‌: ଦୁଇ ଶକ୍ତିଶାଳୀ ଦଳଙ୍କ ମଧ୍ୟରେ ଲଢ଼େଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୫ର ଆଜି ଶେଷ ମ୍ୟାଚ୍‌।  ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା, ପ୍ରାୟ ଅଢ଼େଇ ମାସ ପରେ ଏବେ ଏହା ଫାଇନାଲ ପର୍ଯ୍ୟାୟରେ ପହଂଚି ସାରିଛି। ଲିଗ୍ ପର୍ଯ୍ୟାୟ ଏବଂ ପ୍ଲେଅଫ୍ ମ୍ୟାଚ୍ ର ଚ୍ୟାଲେଞ୍ଜକୁ ଅତିକ୍ରମ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ଟାଇଟଲ୍ ମୁକାବିଲାରେ ପ୍ରବେଶ କରିଛନ୍ତି। ଫାଇନାଲ ମ୍ୟାଚ୍ ଜୁନ ୩ରେ (ଆଜି) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

    ଚଳିତ ଆଇପିଏଲରେ ପଞ୍ଜାବ ଆଉ ବେଙ୍ଗାଲୁରୁ ବେଶ ଶକ୍ତିଶାଳୀ ଦଳ । ଏହି ଦୁଇ ଦଳ ପାଖରେ ଦୃଢ଼ ବ୍ୟାଟିଂ ଲାଇନ ଅପ ଆଉ ଦୁର୍ଦ୍ଧର୍ଷ ବୋଲର ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଉଭୟ ଦଳ ଚଳିତ ଆଇପିଏଲରେ ପରସ୍ପରକୁ ୨ଥର ଭେଟିଛନ୍ତି ଯେଉଁଥିରେ ପଞ୍ଜାବ ଥରେ ଆଉ ବେଙ୍ଗାଲୁରୁ ଥରେ ବିଜୟୀ ହୋଇଛି । ସେହିପରି ଉଭୟ ଦଳ ଆଇପିଏଲରେ ମୋଟ ୩୬ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଉଭୟ ୧୮ଥର ଲେଖାଏଁ ବିଜୟୀ ହୋଇଛନ୍ତି । କହିବାକୁ ଗଲେ ଉଭୟ ଦଳଙ୍କ ପଲ୍ଲା ସମାନ ରହିଛି । ଆଉ ଶକ୍ତି ବି ସମାନ । କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଦେଖିବା ବାକି ରହିଲା ଆଜିର ମ୍ୟାଚରେ କିଏ ପିନ୍ଧୁଛି ଆଇପିଏଲର ପ୍ରଥମ ତାଜ୍ ।

    ଗତ ଋତୁରେ କେକେଆର୍‌କୁ ବିଜେତା କରିଥିବା ଶ୍ରେୟସ ଆୟରଙ୍କ ପାଇଁ କିନ୍ତୁ ହ୍ୟାଟ୍ରିକ୍ ଟ୍ବେଣ୍ଟି-୨୦ ଟ୍ରଫି ଜିତିବା ଅଧିନାୟକର ଗୌରବ ମିଳିପାରିବ। ଦିଲ୍ଲୀ କ୍ୟାପିଟାଲ୍ସ,‌ କେକେଆର୍ ପରେ ତୃତୀୟ ଦଳକୁ ଫାଇନାଲ୍ ନେବାର ବିରଳ ସଫଳତା ବି ପାଇଛନ୍ତି। ପଞ୍ଜାବ କିଙ୍ଗ୍ସ ୧୧ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯାଉଛି। ଲିଗ୍ ଟପ୍ପର ହେବାର ଆତ୍ମବିଶ୍ବାସ ଓ କ୍ବାଲିଫାୟାର-୨ରେ ୫ ଥର ବିଜେତା ମୁମ୍ବାଇକୁ ପରାସ୍ତ କରିବା ପରେ ଆୟରଙ୍କ ଦଳର ଆତ୍ମବିଶ୍ବାସ ବି ଆକାଶଛୁଆଁ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ