Wednesday, November 4, 2026
23.1 C
Odisha

    ଆସାମରେ ବନ୍ୟା ତାଣ୍ଡବ, ୨୪ ଘଣ୍ଟାରେ ୨୧ ଜଣ ମୃତ

    ଆଗକୁ ପଢନ୍ତୁ

    ଆସାମ : ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡ଼ିଛି । ଯାହା ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

    ସୂଚନାନୁଯାୟୀ, ରାଜ୍ୟର ୧୬ଟି ଜିଲ୍ଲାରେ ୫.୬୪ ଲକ୍ଷ ଲୋକ ବନ୍ୟା ପରିସ୍ଥିତି ସମସ୍ୟାର ସାମ୍ନା କରୁଛନ୍ତି । ଶିବସାଗର ବନ୍ୟା ପରିସ୍ଥିତି ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହେଉଥିଲା । ଏହି ବନ୍ୟାରେ ଗୋଲାଘାଟ, କାମ୍ରୁପ, ହୋଜାଇ, ଡିବ୍ରୁଗଡ, ବିଶ୍ୱନାଥ, ଧମାଜୀ, ସୋନିଟପୁର, ଉଦଲଗୁରି, ନାଗାଓଁ, ଚାରିଏଡୋ, କାମ୍ରୁପ (ମେଟ୍ରୋ), ଜୋରହାଟ, ଟିନୁସୁକିଆ, କରବି ଆଙ୍ଗଲୋଙ୍ଗ, ଲକ୍ଷ୍ମୀପୁର ଏବଂ ସିଭାସପୁର ଏବଂ ୧୬ ଟି ଜିଲ୍ଲାର ୫୬୪,୬୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ASDMA କହିଛି । ଏଥିସହ ୪୪ଟି ରାଜସ୍ୱ ଡିଭିଜନର ୮୭୨ଟି ଗାଁ ବନ୍ୟାରେ ବୁଡ଼ି ରହିଛି । ବନ୍ୟା ଯୋଗୁଁ ଶିବସାଗର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଶିବସାଗର ଜିଲ୍ଲାରେ ୩,୫୯,୫୩୫ ଲୋକ ପ୍ରଭାବିତ ହୋଇଛନ୍ତି । ଯେଉଁଠି ୧୩ ଜଣଙ୍କର ମୃତ୍ୟୁ ହୋଇଛି ।  ଜୋରହାଟରେ ୮୭,୬୬୨ ଏବଂ ଚରାଇଦେଓରେ ୭୨,୬୪୬ ଲୋକ ବନ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ଆସାମରେ ୭୧ଟି ରିଲିଫ୍ ଶିବିର ସ୍ଥାପନ କରାଯାଇଛି । ଯେଉଁଥିରେ ୧୨,୨୮୪ ଜଣ ବିସ୍ଥାପିତଙ୍କୁ ରଖାଯାଇଛି । ଏହା ବ୍ୟତୀତ ୨୦୨ ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ରହିଛି । ୨୪ ଘଣ୍ଟାରେ ୨୧ ଜଣଙ୍କ ପ୍ରାଣ ଚାଲିଯାଇଛି । ତଥାପି ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

    ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.1 ° C
    23.1 °
    23.1 °
    94 %
    0.8kmh
    100 %
    Wed
    26 °
    Thu
    24 °
    Fri
    27 °
    Sat
    27 °
    Sun
    26 °

    ସମ୍ବନ୍ଧିତ