Thursday, August 13, 2026
24 C
Odisha

    ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିଲା ୧୦ଟି ଗେଟ

    ଆଗକୁ ପଢନ୍ତୁ

    ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩ ଦଶମିକ ୩୯ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ, ଜଳଭଣ୍ଡାରରୁ ୧ ଲକ୍ଷ ୮୬ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଜଳଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ବର୍ତ୍ତମାନ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି । ହୀରାକୁଦରୁ ଜଳ ନିଷ୍କାସନ ଜାରି ଥିବାରୁ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି ।

    ସୂଚନା ଯୋଗ୍ୟ, ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇ ୧୦ଟି ସ୍ଲୁଇସ ଗେଟ ଖୋଲା ଯାଇଥିଲା ଓ ଗତ ୧୪ ତାରିଖରେ ସମସ୍ତ ଗେଟକୁ ବନ୍ଦ କରି ଦିଆଯାଇଥିଲା । ପୁଣିଥରେ ଗତ ୧୯ ତାରିଖରେ ୪ଟି ଓ ମଙ୍ଗଳବାର ପୁଣି ୪ଟି ମିଶି ମୋଟ ୮ଟି ସ୍ଲୁଇସ ଗେଟ ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    96 %
    1.4kmh
    100 %
    Thu
    29 °
    Fri
    27 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ