Thursday, July 23, 2026
26.9 C
Odisha

    ଆସାମରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି, ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ

    ଆଗକୁ ପଢନ୍ତୁ

    ଆସାମ : ଆସାମରେ ବନ୍ୟା ବିଭୀଷିକା ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି। ରାଜ୍ୟର ୨୫ଟି ଜିଲ୍ଲାରେ ୭ ଲକ୍ଷ ୨୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଗାଁ ଏବେବି ପାଣି ଘେରରେ ରହିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କହିଛନ୍ତି, ୧୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଜଳମଗ୍ନ ଅଞ୍ଚଳରୁ ଆହୁରି ମୃତଦେହ ଉଦ୍ଧାର ହେବାର ସମ୍ଭାବନା ରହିଛି । ତେଣୁ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ । କ୍ଷୟକ୍ଷତିର ପରିମାଣ କଳ୍ପନାଠାରୁ ଅଧିକ ବୋଲି ସେ କହିଛନ୍ତି । ସିବସାଗର, ଚରାଇଦେଓ ଓ ଜୋରହାଟ ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି ।

    ବନ୍ୟା ଯୋଗୁଁ ଶହ ଶହ ଘର ଭାଙ୍ଗିଯାଇଥିବା ବେଳେ ଅନେକ ରାସ୍ତା, ପୋଲ ଓ ବନ୍ଧ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କିଛି ଅଞ୍ଚଳରେ ରେଳ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି । ସେନା, ବାୟୁସେନା, ଏନ୍ ଡିଆରଏଫ୍ , ଏସ୍ ଡିଆରଏଫ୍ ଏବଂ ରାଜ୍ୟ ପ୍ରଶାସନ ମିଳିତ ଭାବେ ଡଙ୍ଗା, ହେଲିକପ୍ଟର ଓ ଡ୍ରୋନ୍ ସହାୟତାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ବିଚ୍ଛିନ୍ନ ଅଞ୍ଚଳରେ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଡ୍ରୋନ୍ ମାଧ୍ୟମରେ ପହଞ୍ଚାଯାଉଛି । ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ହୋଇଥିବା କ୍ଲାଉଡ୍ ବର୍ଷ୍ଟ ଏଥରର ବନ୍ୟାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହା ପରେ ବ୍ରହ୍ମପୁତ୍ର ଓ ଏହାର ଉପନଦୀ ଦିଖୌ, ଦିସାଙ୍ଗ, ବୁରିଦିହିଙ୍ଗ ଏବଂ ଧନସିରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କିଛି ସ୍ଥାନରେ ଜଳସ୍ତର ଐତିହାସିକ ରେକର୍ଡ ମଧ୍ୟ ଅତିକ୍ରମ କରିଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଆସାମରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଫଳରେ ବନ୍ୟା ପରିସ୍ଥିତି ଆହୁରି ଜଟିଳ ହେବା ସହ ଭୂସ୍ଖଳନର ଆଶଙ୍କା ମଧ୍ୟ ବଢ଼ିଛି । ଲୋକଙ୍କୁ ସତର୍କ ରହିବା ଏବଂ ସରକାରୀ ପରାମର୍ଶ ମାନିବାକୁ ଅନୁରୋଧ କରିଛି ପ୍ରଶାସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    78 %
    5.1kmh
    92 %
    Thu
    29 °
    Fri
    30 °
    Sat
    29 °
    Sun
    31 °
    Mon
    32 °

    ସମ୍ବନ୍ଧିତ