Friday, October 2, 2026
29.9 C
Odisha

    ଏଥର ଖରା ଛୁଟିରେ ଘରେ ରହି ପାଠ ପଢ଼ିବେ ଛାତ୍ରଛାତ୍ରୀ, ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମ ଚାଲିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଶିକ୍ଷାଦାନ ଚାଲିବ । କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ । ସବୁ ବିଦ୍ୟାଳୟରେ ଶ୍ରେଣୀଭିତ୍ତିକ ଅଭିଭାବକ ହ୍ବାଟସଆପ୍ ଗ୍ରୁପ୍ ଖୋଲାଯିବ । ଏନେଇ ଓସେପା ପକ୍ଷରୁ ଚିଠି ଜାରି ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୨୫ ତାରିଖ ସୁଦ୍ଧା ହ୍ବାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଏହି ପଦକ୍ଷେପରେ ଡିଜିଟାଲ ଶିକ୍ଷାକୁ ସୁଦୃଢ କରିବା ସହ ଅଭିଭାବକଙ୍କ ଭୂମିକାକୁ ବଢାଇବା ଲକ୍ଷ୍ୟ ରହିଛି। ଶିକ୍ଷକମାନେ ଅଭିଭାବକଙ୍କ ସହ ସମନ୍ୱୟ କରି ପିଲାମାନଙ୍କ ଆସାଇନମେଣ୍ଟ ସମାପ୍ତ କରାଇବେ। ଏହି ଯୋଜନାର ଖର୍ଚ୍ଚ ସମଗ୍ର ଶିକ୍ଷା ଯୋଜନାର କମ୍ପୋଜିଟ୍‌ ଗ୍ରାଣ୍ଟରୁ ବ୍ୟୟ ହେବ। ଶିକ୍ଷା ବିଭାଗ ଅନୁସାରେ, ଏହା ଓଡ଼ିଶାରେ ନୂତନ ଶିକ୍ଷା ପଦ୍ଧତିକୁ ଆଗକୁ ନେବା ସହ ଛୁଟି ସମୟରେ ଶିକ୍ଷାର ଅଭାବକୁ ପୂରଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ