Friday, October 16, 2026
21.9 C
Odisha

    ଆୟ କମୁଛି, ଖର୍ଚ୍ଚ ବଢ଼ୁଛି

    ଆଗକୁ ପଢନ୍ତୁ

    ବଜାରର ଆଉ ସେ ପୁରୁଣା ଦମ୍‌ ନାହିଁ। ଫେଷ୍ଟିଭ୍‌ ବା ଉତ୍ସବ ଋତୁରେ ଫିକା ପଡିଲା ବିକ୍ରି ବଟା। ଉଚ୍ଚ ମୁଦ୍ରାସ୍ଫୀତିରେ ଖାଉଟିଙ୍କ ଅବସ୍ଥା ବେହାଲ। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ଗରିବ ଆଉ ମଧ୍ୟବିତ୍ତ ପରିବାର। ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ବଢ଼ୁଥିବାବେଳେ ଆୟ କମି କମି ଯାଉଛି। ଏଥିରେ ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ପରିବାର ନିଜକୁ ଆଡଜଷ୍ଟ କରିବା ବେଶୀ କଷ୍ଟକର ହୋଇପଡିଛି। ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଉଚ୍ଚ ଟିକସ ହାର ମଧ୍ୟବିତ୍ତଙ୍କ ଜୀବନଶୈଳୀକୁ ଅଧିକ ଖରାପ କରିଦେଇଛି। ଆୟ କମୁଥିବାରୁ ସେମାନେ ଏବେ ଖର୍ଚ୍ଚ କାଟ୍‌ କରିବାକୁ ବାଧ୍ୟ ହେଉଛନ୍ତି। ଏମିତିକି ଗରିବ ଓ ମଧ୍ୟବିତ୍ତ ପରିବାର ବର୍ତ୍ତମାନ ପରିସ୍ଥିତିରେ ଖାଦ୍ୟ ପେୟ ଖର୍ଚ୍ଚକୁ କମ୍‌ କରିବାକୁ ବାଧ୍ୟ ହୋଇଛି। ଯାହାକି ଦେଶରେ ମଧ୍ୟବିତ୍ତ ପରିବାର କିଭଳି ସଙ୍କଟରେ ରହିଛନ୍ତି ତାହା ପ୍ରମାଣିତ କରୁଛି। ଅପରପକ୍ଷେ କେନ୍ଦ୍ର ସରକାର କହିଛନ୍ତି ଯେ, ବିଗତ ୧୦ ବର୍ଷରେ ମଧ୍ୟବିତ୍ତଙ୍କ ଉପରୁ ଟିକସ ବୋଝ କମିଛି। କେନ୍ଦ୍ରର ଏଭଳି ବିଭ୍ରାନ୍ତିକର ତଥ୍ୟଠାରୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।

    ଆୟକର ଭାଷାରେ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ କମ୍‌ ଆୟକାରୀଙ୍କୁ ମଧ୍ୟବିତ୍ତ ବର୍ଗ ଧରାଯାଉଛି। ମୋଟ ସଂଗୃହୀତ ଆୟକରର ୭୬ ପ୍ରତିଶତ ଏହି ବର୍ଗର କରଦାତାଙ୍କଠାରୁ ଆଦାୟ ହେଉଛି। ଅପରପକ୍ଷେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାର ଅଧିକ ଟିକସ ରାଜସ୍ବ ଆଶା ରଖିଛନ୍ତି। ସରକାର ୨୨ ଟ୍ରିଲିୟନ୍‌ ପ୍ରତ୍ୟେକ୍ଷ ଟିକସ ସଂଗ୍ରହ ଧାର୍ଯ୍ୟ କରିଛନ୍ତି। ଏହା ଏକ ବଡ଼ ପ୍ରଶ୍ନ ଉଠାଉଛି। କାଣୂ କେନ୍ଦ୍ର ସରକାର ଯେତେବେଳେ ଅଧିକ ଟିକସ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ସେତେବେଳେ ମଧ୍ୟବିତ୍ତ ଶ୍ରେଣୀ ଆର୍ଥିକ ଚାପ ମଧ୍ୟରେ ରହିଥିବା ପଲିସି ସର୍କଲ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    98 %
    1kmh
    72 %
    Fri
    28 °
    Sat
    28 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ