Saturday, May 23, 2026
42.8 C
Odisha

    ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ, ପ୍ରତି ଶନିବାର ଲାଗୁ ହେବ ନିୟମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ଏଣିକି ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ କରାଯିବ । ବିଶ୍ୱବିଦ୍ୟାଳୟରେ ପାଳନ ହେବ ଗ୍ରୀନ୍ ମୋବିଲିଟି ଡେ । ପରିବେଶ ସୁରକ୍ଷା ଓ ସବୁଜିମାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ କୁଳାଧିପତିଙ୍କ ନିର୍ଦ୍ଦେଶରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଦ୍ଵାରା ଏହି ନିୟମ ଲାଗୁ କରାଯାଇଛି ।

    ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପରିସରରେ ଏବେ ପ୍ରତି ଶନିବାରକୁ ‘କମ୍ବଷ୍ଟନ ଇଞ୍ଜିନ-ମୁକ୍ତ ଦିବସ’ ବା ‘ଗ୍ରୀନ୍ ମୋବିଲିଟି ଡେ’ ଭାବେ ପାଳନ କରାଯିବ । ଗତ ୨୧ ମେ’ ରେ ରେଜିଷ୍ଟ୍ରାରଙ୍କ ଦ୍ୱାରା ଜାରି ହୋଇଥିବା ସର୍କୁଲାର୍ ଅନୁସାରେ, କ୍ୟାମ୍ପସ ମଧ୍ୟରେ ପ୍ରଦୂଷଣ କମାଇବା ପାଇଁ ସମସ୍ତ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ପେଟ୍ରୋଲ-ଡିଜେଲ ଗାଡ଼ି ବଦଳରେ ସାଇକେଲ, ଇଲେକ୍ଟ୍ରିକ ବାହନ, ଚାଲିକରି କିମ୍ବା ସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ଏହା ସହିତ ଇନ୍ଧନର ଅପଚୟ ରୋକିବା ପାଇଁ ଅନାବଶ୍ୟକ ସରକାରୀ ଗାଡ଼ିର ବ୍ୟବହାରକୁ ସୀମିତ ରଖିବା ସହ ପରିବହନର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ, ହଷ୍ଟେଲ ୱାର୍ଡେନ ଏବଂ କ୍ୟାମ୍ପସ ମଧ୍ୟରେ ଥିବା ବ୍ୟାଙ୍କ ଓ ବଜାର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    42.8 ° C
    42.8 °
    42.8 °
    13 %
    3.9kmh
    100 %
    Sat
    43 °
    Sun
    45 °
    Mon
    46 °
    Tue
    46 °
    Wed
    45 °

    ସମ୍ବନ୍ଧିତ