Thursday, July 30, 2026
29.7 C
Odisha

    କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ, ୧୫ରୁ ଅଧିକ ଚୋରା ବାଇକ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ । ରାଜଧାନୀ ଭୁବନେଶ୍ୱରରେ ମାତିଥିବା ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ଥାନା ପୋଲିସ । ଦିନ ଦ୍ୱିପହରରେ ସହରର ବିଭିନ୍ନ ସ୍ଥାନରେ ଘୁରି ବୁଲି ସୁବିଧା ଦେଖି ବାଇକ ଚୋରି କରୁଥିଲେ ଅଭିଯୁକ୍ତ । ଗ୍ୟାଙ୍ଗର ମୁଖ୍ୟ ବାଇକ ଚୋରିରେ ଉସ୍ତାଦ ଥିବା ବେଳେ ଚୋରି ପରେ ଆଖି ପିଛୁଳାକେ ଗାଡିକୁ ଗାଏବ କରିଦେଉଥିଲେ ।

    ଏହି ଗ୍ୟାଙ୍ଗ କେବଳ ସାଧାରଣ ଲୋକଙ୍କୁ ନୁହେଁ, ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡିନଥିଲେ । କିଛି ପୋଲିସ କର୍ମଚାରୀଙ୍କ ବାଇକ ମଧ୍ୟ ଚୋରି କରିଥିବା ଜଣାପଡିଛି । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.7 ° C
    29.7 °
    29.7 °
    76 %
    2.7kmh
    98 %
    Thu
    29 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ