Tuesday, September 1, 2026
27 C
Odisha

    ଉତ୍ତରପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୧୧ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ବେଆଇନ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି କୌଶମ୍ବି ଜିଲ୍ଲା ମନୋରୀ ଗାଁରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଥିବା ବେଳେ ସେମାନଙ୍କ ବୟସ ୪ରୁ ୧୩ ବର୍ଷ ହେବ ବୋଲି ଜଣାପଡ଼ିଛି। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଯୋଗୁଁ ସେଠାରେ ପୂର୍ବରୁ ଗଚ୍ଛିତ ଥିବା ବାଣଗୁଡ଼ିକ ମଧ୍ୟ ବିସ୍ଫୋରଣ ଘଟିଛି । ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମ୍ପୂର୍ଣ୍ଣ ବାଣ କାରଖାନାଟି ଧ୍ବଂଶ ହୋଇ ମାଟିରେ ମିଶିଯାଇଛି । ପ୍ରଚଣ୍ଡ ଶବ୍ଦ ପ୍ରଭାବରେ ଆଖପାଖର ୫ ରୁ ୬ଟି ଘର ଭାଙ୍ଗିଯାଇଛି । ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ନିକଟସ୍ଥ ମାନୋରୀ ଏୟାରଫୋର୍ସ ଷ୍ଟେସନର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

    ତେବେ ବିସ୍ଫୋରଣ ଯୋଗୁ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ଯାଇଥିବାରୁ ଧ୍ବଂସାବଶେଷ ତଳେ ପ୍ରାୟ ୧୫ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ବହୁ କଷ୍ଟରେ ସେମାନଙ୍କୁ କାନ୍ଥତଳୁ ଉଦ୍ଧାର କରାଯାଇ ପ୍ରୟାଗରାଜର ଏସଆରଏନ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଏହା ସହିତ ଦିଲ୍ଲୀ-ହାଓଡ଼ା ମୁଖ୍ୟ ରେଳ ଲାଇନରେ ପ୍ରାୟ ୧ ଘଣ୍ଟା ପାଇଁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଯାହାଫଳରେ ବନ୍ଦେ ଭାରତ ଏକ୍ସପ୍ରେସ ସମେତ ଅନେକ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା ।

    ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ PMNRF ପାଣ୍ଠିରୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତମାନଙ୍କୁ ୫୦ ହଜାରଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ଏଟିଏସ ଓ ପୋଲିସକୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    81 %
    3.6kmh
    98 %
    Tue
    28 °
    Wed
    30 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ