Sunday, October 11, 2026
22.1 C
Odisha

    ଏସ୍‌ଏସ୍‌ଏମ୍‌ବି୨୯’ ଚଳଚ୍ଚିତ୍ରର ସୁଟିଂ ପରେ ପ୍ରସ୍ତୁତି: ଦେଓମାଳି ପାଇବ ନୂଆ ରୂପ

    ଆଗକୁ ପଢନ୍ତୁ

    କୋରାପୁଟ: ରାଜ୍ୟର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳି ପାଇବ ନୂଆ ରୂପ। ଏହାରି ମଧ୍ୟରେ ‘ଏସ୍‌ଏସ୍‌ଏମ୍‌ବି୨୯’ ଚଳଚ୍ଚିତ୍ର ସୁଟିଂ ପରେ ଜିଲ୍ଲା ପ୍ରଶାସନ ଏହି ପର୍ଯ୍ୟଟନସ୍ଥଳୀକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ଏଠାରେ ରାତି ୮ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଅର୍ଥାତ ରାତ୍ର ରହଣି ଉପରେ କଟକଣା ଜାରି ବି କରିଛି।

    ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍, ଏସପି ରୋହିତ ବର୍ମା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଲିନା ପ୍ରଧାନୀ, ଡିଏଫଓ କେଭି ଭାସ୍କର ରାଓ, ପଟାଙ୍ଗୀ ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାରଦୂର ସିଂ ଧାରୁଆ ଆଦିଙ୍କୁ ନେଇ ତଦାରଖ କରିଥିଲେ। ଆଗାମୀ ଦିନରେ ଲଗାଯାଇଥିବା କଟକଣାକୁ ବଳବତ୍ତର ରଖିବା ସହ ସ୍ବଚ୍ଛତା, ପରିମଳ ଆଦି ବଜାୟ ରଖିବା ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ। ବିଶ୍ବରେ ଦେଓମାଳି ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଆଗାମୀ ଦିନରେ ପ୍ରାକୃତିକ ବିଭବରେ ବିଭିନ୍ନ ଚଳଚ୍ଚିତ୍ର ସୁଟିଂ କରିବାକୁ ବହୁ ପ୍ରଯୋଜନା ସଂସ୍ଥା ଆସିବାର ଯୋଜନା ରହିଛି।

    ସେହିପରି ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁର ଦୃଷ୍ଟିକୋଣରୁ ଦେଓମାଳିରେ ଅନୁସଙ୍ଗିକ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟର ବିକାଶ କରିବାକୁ ଯୋଜନା କରିଛି ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ। ରାଜ୍ୟସରକାର ଏଥି ପାଇଁ ୧୫କୋଟି ଅନୁଦାନ ବି ଦେଉଛି। କୁନ୍ଦୁଲି ଛକରୁ ଦେଓମାଳି ପର୍ଯ୍ୟନ୍ତ ରାସ୍ତାର ପୁନଃରୁଦ୍ଧାର ସହ ଦେଓମାଳି ପାଦ ଦେଶରେ ଆହୁରି ଅଧିକା କଟେଜ ସହ ହୋଟେଲ ଆଦି ନିର୍ମାଣ କରାଯିବାର ଯୋଜନା ରହିଥିବା ସୂଚନା ମିଳିଛି।ଜିଲ୍ଲାପାଳ ଲଗାଇଥିବା କଟକଣାକୁ ଅଧିକା କଡ଼ା ଭାବେ ଏବେ କାର୍ଯ୍ୟକାରୀ କରାଯାଇ ଦେଓମାଳିର ପରିବେଶକୁ ସୁରକ୍ଷା କରିବା ଦିଗରେ ବି ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରୟାସ କରିବ। ଅଧିକାରୁ ଅଧିକା ପର୍ଯ୍ୟଟକ ଯେଭଳି ଏଠାକୁ ଆସିବେ ସେ ଦିଗରେ ଜିଲ୍ଲାପ୍ରଶାସନ ଅଧିକା ପ୍ରଚାର ଓ ପ୍ରସାର କରିବ। କୋରାପୁଟଜିଲ୍ଲାର କୃଷି ଉଦ୍ୟୋଗ, କଫି, ହସ୍ତଶିଳ୍ପକୁ ପର୍ଯ୍ୟଟନଶିଳ୍ପ ସହ ଯୋଡି ଜିଲ୍ଲାକୁ ସ୍ବତନ୍ତ୍ର ସ୍ଥାନକୁ ନେବା ପ୍ରୟାସ ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ଜିଲ୍ଲାପାଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ