Saturday, October 10, 2026
27.9 C
Odisha

    ବିଜେଡି ଜିଲ୍ଲା ସଭାପତି ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୬ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ  ବିଜେଡି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାକୁ ଯାଉଛି। ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ନାମାଙ୍କନ ଭରିଛନ୍ତି ବିଧାୟକ ଯୋଗେଶ ସିଂ। ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନଙ୍କ ଉପସ୍ଥିତିରେ ଯୋଗେଶ ଆଜି ଶଙ୍ଖ ଭବନରେ ନାମାଙ୍କନ କରିଛନ୍ତି। ସେପଟେ ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ପାଇଁ ତାଳଚେର ବିଧାୟକ ବ୍ରଜ ପ୍ରଧାନ ନାମାଙ୍କନ ଭରିଛନ୍ତି। ଶଙ୍ଖ ଭବନରେ ପହଞ୍ଚି ବ୍ରଜ ପ୍ରଧାନ ନାମାଙ୍କନ କରିଛନ୍ତି। ଅନ୍ୟପଟେ ପୂର୍ବତନ ବିଜେଡି ବିଧାୟକ ମାନସ ମାଡକାମୀ ମାଲକାନଗିରି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ