Tuesday, September 29, 2026
23.2 C
Odisha

    ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବିରୋଧରେ ‘ଠେଙ୍ଗା ଅଭିଯାନ’ ଆରମ୍ଭ କଲେ ବାବୁ ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ ‘ଠେଙ୍ଗା ଅଭିଯାନ’ ଆରମ୍ଭ କରିଛନ୍ତି।ଏହି ଅଭିଯାନ ଅନ୍ତର୍ଗତ ସେ ମହିଳାଙ୍କର ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ଯାହାକୁ ସେ ‘ଠେଙ୍ଗା ବାହିନୀ’ ନାମରେ ନାମିତ କରିଛନ୍ତି। ଏହି ବାହିନୀ ଯାତ୍ରା ଦଳ ଉପରେ କଡା ନଜର ରଖିବ।ଏନେଇ ବିଜେପି ବିଧାୟକ କହିଛନ୍ତି, ଓଡିଆ ସଂସ୍କୃତି ହେଉଛି ବିଶ୍ୱର ସର୍ବୋତ୍ତମ ସଂସ୍କୃତି। ଏହାକୁ କଳାକାରମାନେ ଅଶ୍ଳୀଳ ନୃତ୍ୟ ଦ୍ବାରା ନଷ୍ଟ କରୁଛନ୍ତି। ଫଳରେ ପରିବାର ସଦସ୍ୟଙ୍କ ସହ ଏଭଳି କାର୍ଯ୍ୟକ୍ରମ ଏକାଠି ବସି ଦେଖି ହେଉନାହିଁ। ତେଣୁ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଅବା ଅଶ୍ଳୀଳ ଶବ୍ଦ ତଥା ଭାଷାର ବ୍ୟବହାର ବିରୁଦ୍ଧରେ ଆମେ ଏହି ‘ଠେଙ୍ଗା ଅଭିଯାନ’ ଆରମ୍ଭ କରିଛୁ।ଆମେ ଯାତ୍ରା ଦଳ ଏବଂ କଳାକାରମାନଙ୍କୁ ଏପରି ଅଶ୍ଳୀଳ ପ୍ରଦର୍ଶନରୁ ଦୂରେଇ ରହିବାକୁ ନିବେଦନ କରୁଛୁ, ନଚେତ୍ ସେମାନଙ୍କ ବିରୁଦ୍ଧରେ ଠେଙ୍ଗା ବ୍ୟବହାର କରାଯିବ ବୋଲି ବିଧାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ