Saturday, October 10, 2026
27.9 C
Odisha

    ଭତ୍ତା ପାଉଛନ୍ତି କି ତୁରନ୍ତ କରନ୍ତୁ ଆଧାର ଲିଙ୍କ୍ ନହେଲେ ବନ୍ଦ ହୋଇଯିବ ଭତ୍ତା ; କେମିତି କରିବେ ଆଧାର ଲିଙ୍କ୍ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ ଜଣ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ପେନସନଭୋଗୀଙ୍କ ଆଧାର ସଂଖ୍ୟା ଏପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତା ସହ ସଂଯୋଗ ହୋଇନାହିଁ। ଏଥିଯୋଗୁଁ ଆଗାମୀ ଦିନରେ ସେମାନଙ୍କ ପେନସନ ପ୍ରଦାନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ଠାରୁ କେନ୍ଦ୍ର ସରକାର ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ମାଧ୍ୟମରେ କେବଳ ଆଧାର ଲିଙ୍କ୍ ଆଧାରିତପେମେଣ୍ଟ ମୋଡ୍‌ରେ ଭତ୍ତା ପ୍ରଦାନ କରୁଛନ୍ତି। ଯେଉଁଥିପାଇଁ ପୁରୁଣା ଆକାଉଣ୍ଟ ଆଧାରିତ ପେମେଣ୍ଟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଉଛି। ରାଜ୍ୟରେ ଏବେବି ୩,୩୫,୮୫୦ ଭତ୍ତାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଯାଇ ନାହିଁ। ଏହି ହିତାଧିକାରୀମାନେ ନିଜର ସାଧାରଣ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମାସିକ ଭତ୍ତା ପାଉଛନ୍ତି।ମାତ୍ର ନୂଆ ଫର୍ମାଟ ଅନୁଯାୟୀ, ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମରେ ଆଉ ଆକାଉଣ୍ଟ ଆଧାରିତ ପେମେଣ୍ଟକୁ ଅନୁମତି ମିଳିବ ନାହିଁ। ଏହି ଲକ୍ଷ ଲକ୍ଷ ଲୋକଙ୍କ ମାସିକ ସାମାଜିକ ସୁରକ୍ଷା ଭତ୍ତା ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।ଏହି ଗୁରୁତର ସମସ୍ୟାର ସମାଧାନ ଓ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ନିମନ୍ତେ ତୃଣମୂଳସ୍ତରରୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ଶ୍ରୀ ବଶିଷ୍ଠ ନିର୍ଦେଶ ଦେଇଛନ୍ତି। ବିଶେଷକରି ଅନେକ ହିତାଧିକାରୀ ବାର୍ଦ୍ଧକ୍ୟ କିମ୍ବା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିବାରୁ ସେମାନେ ନିଜେ ବ୍ୟାଙ୍କକୁ ଯାଇ ଆଧାର ଅପଡେଟ୍ କରିବା ସମ୍ଭବ ନୁହେଁ। ତେଣୁ ସ୍ଥାନୀୟ ପ୍ରଶାସନ ନିଜ ଆଡ଼ୁ ଏହିପରି ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଆଧାର ଲିଙ୍କ୍ ପ୍ରକ୍ରିୟା ସମ୍ପାଦନ କରିବେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଏନ୍‌ଏସ୍‌ଏପି-ପିପିଏସ୍‌ ପୋର୍ଟାଲର ଲଗ୍‌ ଇନ୍ ଆଇଡି ବ୍ୟବହାର କରି ଏହି ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଛି। ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରିବା ପୂର୍ବରୁ ସ୍ଥାନୀୟ ବ୍ଲକସ୍ତରରେ ଥିବା ଆଧାର ଅପରେଟରଙ୍କ ଜରିଆରେ ଆଧାର ସିଡିଂ ଓ ଇ-କେୱାଇସି ପ୍ରକ୍ରିୟାକୁ ପ୍ରାଥମିକତା ଭିତ୍ତିରେ ଶେଷ କରାଯିବ। ଯଦି ଏହି କାର୍ଯ୍ୟ ସମୟରେ କୌଣସି ବୈଷୟିକ ସମସ୍ୟା ଦେଖାଦିଏ, ତା’ହେଲେ ପ୍ରତି ୩ଟି ବ୍ଲକର ଦାୟିତ୍ୱରେ ଥିବା ଆଧାର ସଂଯୋଜକ ବା ସୁପରଭାଇଜର ସେମାନଙ୍କର ସୁପରଭାଇଜର ଆଇଡି ଜରିଆରେ ଆବଶ୍ୟକ ସହାୟତା ଯୋଗାଇଦେବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଓକାକ୍ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଆରଡିସି, ବ୍ଲକ ଓ ପୌରାଞ୍ଚଳର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ