Sunday, July 26, 2026
28.6 C
Odisha

    କପାଳୀ ନଦୀରେ ବଢ଼ୁଛି ଜଳସ୍ତର, ବୁଡ଼ିଲା ଗ୍ରାମ୍ୟ ରାସ୍ତା

    ଆଗକୁ ପଢନ୍ତୁ

    ଭଦ୍ରକ  :  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି କପାଳୀ ନଦୀ । ପ୍ରଭାବରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୭ଟି ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଙ୍କା । ବିଶେଷ କରି ରାମଚନ୍ଦ୍ରପୁର ପଞ୍ଚାୟତର ଗ୍ରାମ୍ୟ ରାସ୍ତା ବୁଡିଯାଇଛି ।

    ପାନପଦୀ ରାମଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସେପଟେ ପୋଡ଼ାପାଟଣା ନଦୀ ଉପରେ ଥିବା କପାଳୀ ପୋଲଟି ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ବେଳେ ଏହାର କିଛି ଅଂଶ ଭାଙ୍ଗିଯାଇଛି ।

    ଅନ୍ୟପଟେ, ପୋଡ଼ାପାଟଣା ନଦୀ ଉପରେ ଥିବା କପାଳୀ ପୋଲର ଅବସ୍ଥା ମଧ୍ୟ ଚିନ୍ତାଜନକ ରହିଛି । ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ପୋଲର କିଛି ଅଂଶ ଭାଙ୍ଗିଯାଇଛି । ଏହା ଯୋଗୁଁ ଯାତାୟାତ ସୁରକ୍ଷାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ବର୍ଷା ଓ ନଦୀର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    77 %
    3.5kmh
    100 %
    Sun
    30 °
    Mon
    29 °
    Tue
    24 °
    Wed
    24 °
    Thu
    26 °

    ସମ୍ବନ୍ଧିତ