Thursday, July 2, 2026
24.7 C
Odisha

    କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା କାନ୍ଥ, ଦୁଇ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : କର୍ଣ୍ଣାଟକ ମାଙ୍ଗାଲୁରୁରେ ବଡ଼ ଦୁର୍ଘଟଣା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ ସମେତ ତିନି ଜଣ ମୃତ୍ୟୁ । ଗାରୋଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭଡ଼ା ଘର ଉପରେ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମାଙ୍ଗାଲୁରୁର କଙ୍କାନାଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ମାରିଏଲ୍ ଅଞ୍ଚଳ ରେ ଏହି ଘଟଣା ଘଟିଥିବା ସୂଚନା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘରେ ରହୁଥିବା ୮ ଜଣ ଫସି ଯାଇଥିଲେ । ପରେ ସ୍ଥାନୀୟ ଦମକଳ ଓ ପୋଲିସ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

    ସୂଚନା ଅନୁଯାୟୀ ସହାୟତାକାରୀମାନେ ଗୋଟିଏ ପରିବାର ଲାଲବାବୁ, ଇନ୍ଦୁ ଏବଂ ସେମାନଙ୍କର ଦୁଇ ଝିଅ, ଅଳକା ଏବଂ ଅନୁଶା ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ସାନ ଝିଅ, ଅନାମିକା ଚୌରାସିଆ ଏବଂ ପରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ବେଳେ ଅନ୍ୟ ଏକ ପରିବାରର ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି । ବିହାରର ଏହି ଦୁଇଟି ପରିବାର ଆଠ ବର୍ଷ ଧରି ଏହି ଅଞ୍ଚଳରେ ରହୁଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    93 %
    1.8kmh
    100 %
    Thu
    30 °
    Fri
    29 °
    Sat
    31 °
    Sun
    31 °
    Mon
    24 °

    ସମ୍ବନ୍ଧିତ