Sunday, August 16, 2026
24.2 C
Odisha

    କାଳିଆର ପହଣ୍ଡି ବିଜେ, ଭାବ ବିନୋଦିଆ ସାଆନ୍ତକୁ ଦେଖିବା ପାଇଁ ଗହଳି

    ଆଗକୁ ପଢନ୍ତୁ

    ପୁରୀ : ଆଜି ପବିତ୍ର ବାହୁଡ଼ା ଯାତ୍ରା । କାଳିଆ ଭାବରେ ବନ୍ଧା ଭକ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

    ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧିରେ ଧିରେ ବଢ଼ିବାରେ ଲାଗିଛି । ସେହି ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କର୍ମେ ରଥଟଣା ଆରମ୍ଭ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    94 %
    3kmh
    100 %
    Sun
    25 °
    Mon
    24 °
    Tue
    26 °
    Wed
    30 °
    Thu
    29 °

    ସମ୍ବନ୍ଧିତ